ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା, ଆଜିଠୁ ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯାଉଛି ୯ମ ଓ ଦଶମ ଶ୍ରେଣୀର ବହି

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ଜୋନ କାର୍ଯ୍ୟାଳୟରୁ ଅନୁବନ୍ଧିତ ଡିଲରମାନେ ଲକ୍‌ ଡାଉନ ପରେ ବହି କ୍ରୟ କରିପାରିବେ। ମେ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଖରେ ବହି ପହଞ୍ଚିଯିବ ବୋଲି ବୋର୍ଡ ଆଶାବ୍ୟକ୍ତ କରିଛି।

ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ www.bseodisha.ac.in ରେ ସମସ୍ତ ବହି ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡାଉନଲୋଡ୍‌ କରି ଏହି ବହି ପଢି ପାରିବେ ବୋଲି ବୋର୍ଡର ସମ୍ପାଦକ କହିଛନ୍ତି। ଲକଡାଉନ ଉଠିବା କ୍ଷଣି ବୋର୍ଡ ପକ୍ଷରୁ ହାଇସ୍କୁଲ ପରୀକ୍ଷା ଖାତା ଦେଖାଯିବ। ଶୀଘ୍ର ଖାତା ଦେଖା ଶେଷ କରିବା ପାଇଁ ଅଧିକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.