Below header

ଲକଡାଉନରେ ରାସ୍ତାରେ ପୋଲିସ ନୁହେଁ ସିଂହ କରୁଥିଲେ ଚେକିଂ, ଆଉ ତା’ ପରେ ଯାହା ଘଟିଲା…

କରୋନା ମହାମାରୀ ଯୋଗୁଁ ଚାରିଆଡେ ହାହାକାର। ଏମିତିରେ ମଧ୍ୟ ବିଶ୍ୱର ଅନେକ ଦେଶରେ ଲକଡାୁନ ଚାଲିଛି। ଭାରତରେ ଲକଡାଉନର ଅବଧିକୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ୨୫ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଲକଡାଉନ ଚାଲିଛି। ଲକଡାଉନ ଯୋଗୁଁ ଘରେ ଲୋକମାନେ ବନ୍ଦ ରହିଛନ୍ତି କିନ୍ତୁ ବନ୍ୟପ୍ରାଣୀ ବାହାରେ ବୁଲିବା ପାଇଁ ଏହା ସାଜିଛି ସୁବର୍ଣ୍ଣ ସୁଯୋଗ। ବନ୍ୟପ୍ରାଣୀ ଖୋଲା ପବନରେ ଚଲାବୁଲା କରିବା ପାଇଁ ଏକ ପ୍ରକାର ସୁଯୋଗ ମିଳିଛି। ଏମିତି ଏକ ଦୃଶ୍ୟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ଯେଉଁଠି ବଣବୁଦା କିମ୍ବା ଜଙ୍ଗଲରେ ରହୁଥିବା ସିଂ ରାସ୍ତା ଖାଁ ଖାଁ ଥିବାରୁ ରାସ୍ତାରେ ଆସି ଆରାମ କରୁଛନ୍ତି।

ସେଠିକାର କ୍ରୁଗର ଜାତୀୟ ଉଦ୍ୟାନରେ ଥିବା ଏକ ସିଂହ ଦଳ  ସଡକକୁ ଆସିଥିବା ନଜର ଆସିଛନ୍ତି। ଏହି ସଡକରେ ସାଧାରଣତଃ ସବୁବେଳେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। କିନ୍ତୁ ରାତିରେ ଏହି ରାସ୍ତାରେ ସିଂହ ଯିବାଆସିବା କରନ୍ତି। କିନ୍ତୁ ଏବେ ଦିନ ସମୟରେ ମଧ୍ୟ ସିଂହସବୁ ରାସ୍ତାରେ ବୁଲୁଥିବା ନଜର ଆସିଛନ୍ତି। ଏହି ଫଟୋ ଟ୍ଵିଟରରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଛି।

ପାର୍କର ରେଞ୍ଜର ରିଚାର୍ଡ ସୋଭର ଡ୍ରାଇଭିଂରେ ଯାଇଥିବା ସମୟରେ ଏପରି ଦୃଶ୍ୟ ଦେଖିଥିଲେ। କରୋନା ଯୋଗୁଁ ଆଫ୍ରିକାରେ ୩୦୩୪ ମାମଲା ଦେଖିବାକୁ ମିଳିଥିବା ବେଳେ ୫୨ ଜଣ ମୃତ୍ୟୁବରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.