Below header

ମୁମ୍ବାଇର ସାକିନାକାରେ ଜଣେ ଓଡ଼ିଆ ଯୁବକ କରୋନାରେ ଆକ୍ରାନ୍ତ, ସରକାରୀ କ୍ୱାରାଣ୍ଟାଇନ୍‌ରେ ରହିଲେ ୯ ଜଣ

ମୁମ୍ବାଇ: ମୁମ୍ବାଇର ସାକିନାକାରେ ଜଣେ ଓଡ଼ିଆ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ମୁମ୍ବାଇ ମୁନିସିପାଲ କର୍ପୋରେସନ୍‌ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ତାଙ୍କୁ ଡାକ୍ତରଖାନା ନିଆଯାଇଛି । ତାଙ୍କ ସହ ରୁମ୍‌ରେ ରହୁଥିବା ଅନ୍ୟ ଯୁବକ ଓ ପାଖ ପଡୋଶୀଙ୍କୁ ମିଶାଇ ୯ ଜଣଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି । ଏମାନେ ସମସ୍ତେ ଓଡ଼ିଆ ବୋଲି ଜଣାପଡ଼ିଛି । ସୂଚନା ମୁତାବକ

କିଛି ଦିନ ହେବ ଯୁବକ ଜଣଙ୍କ ଅସୁସ୍ଥ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ସେ ଯେଉଁ ବେଡ୍‌ରେ ରହୁଥିଲେ, ତାଙ୍କ ନିକଟରେ ଜଣେ କରୋନା ପଜିଟିଭ୍‌ ରହୁଥିଲେ । ସାକିନାକାର ଜଗନ୍ନାଥ ମନ୍ଦିର ମାର୍ଗରେ ଶହ ଶହ ଓଡ଼ିଆ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.