Below header

PPF ଆକାଉଣ୍ଟରେ ପ୍ରତିଦିନ ଜମା କରନ୍ତୁ ୧୦୦ ଟଙ୍କା, ମିଳିବ ୫୪.୪୭ ଲକ୍ଷ

ଅନେକ ଲୋକ ଏମିତି ଅଛନ୍ତି ବହୁତ ବର୍ଷ ଧରି ଚାକିରୀ କରନ୍ତି ଏବଂ ରିଟାୟରମେଣ୍ଟ ପରେ ମଧ୍ୟ ତାଙ୍କ ପାଖରେ ସେତେ ଅଧିକ ଟଙ୍କା ଜମା କରିପାରନ୍ତି ନାହିଁ। ଏମିତି ଏଥିପାଇଁ ହୋଇଥାଏ କାରଣ ଚାକିରୀ ସମୟରେ ସଞ୍ଚୟ କରିପାରିନଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରନ୍ତି। ଏହାପରେ ଚାକିରୀ ପରେ ନିଜ ଭାଗ୍ୟକୁ ନିନ୍ଦା କରି ରହିବା ଛଡା ଆଉ କିଛି ହୋଇପାରିନଥାଏ। ସେଥିପାଇଁ ଚାକିରୀ କରୁଥିବା ଲୋକେ ନିଜ ସକ୍ଷମ ଅନୁଯାଇ ଅଲଗା ଅଲଗା ସ୍କିମରେ ନିବେଶ କରନ୍ତି କିନ୍ତୁ ପବ୍ଲିକ ପ୍ରାଇଭେଟ ଫଣ୍ଡ ଅର୍ଥାତ PPF ସ୍କିମରେ ଯଦି ଆପଣ ନିବେଶ କରନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିଥାଏ।

moneyଏହି ସ୍କିମରେ ଯଦି କୌଣସି ବ୍ୟକ୍ତି ପ୍ରତିଦିନ ୧୦୦ ଟଙ୍କା ନିବେଶ କରନ୍ତି ତେବେ ସେ ୫୪.୪୭ ଲକ୍ଷ ଟଙ୍କା ହାସଲ କରିପାରିବେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ପ୍ରତିଦିନ ୧୦୦ ଟଙ୍କା ଜମା କଲେ କେମିତି ଏତେ ଟଙ୍କା ମିଳିପାରିବ ଏବଂ ଏହାର ଗ୍ୟାରେଣ୍ଟି କଣ। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ପିପିଏଫ ଖାତାଧାରକଙ୍କୁ ୭.୧ ପ୍ରତିଶତ ଗ୍ୟାରେଣ୍ଟି ରିଟର୍ଣ୍ଣ ଆସୁଛି।

ppfସ୍କିମର ମାଚ୍ୟୁରିଟି ସମୟ ସୀମା ୧୫ ବର୍ଷ ହୋଇଥାଏ। ଧରାଯାଉ କୌଣସି ବ୍ୟକ୍ତି ୨୫ ବର୍ଷ ବୟସରେ ସ୍କିମରେ ନିବେଶ କରିବା ଆରମ୍ଭ କଲେ। ତେବେ ସେ ୩୫ ବର୍ଷ (ରିଟାୟରମେଣ୍ଟର ବୟସ ୬୦ ବର୍ଷ) ପର୍ଯ୍ୟନ୍ତ ଏହି ସ୍କିମରେ ପ୍ରତିଦିନ ୧୦୦ ଟଙ୍କା ଏବଂ ପ୍ରତି ମାସ ୩୦୦୦ ଟଙ୍କା ପ୍ରିମୀୟମ ଜମା କଲେ, ତେବେ ୭.୧ ସୁଧ ହାରରେ ତାଙ୍କୁ ଏହି ନିବେଶରେ ୫୪.୪୭ ଲକ୍ଷ ଟଙ୍କା ହାସଲ ହେବ। ଖାସ କଥା ହେଉଛି ଯେ ନିବେଶକଙ୍କୁ ଏହି ସ୍କିମରେ ଆୟକରରେ ମଧ୍ୟ ରିହାତି ମିଳିବ। ଏଥିରେ ନିବେଶ କରି ନିବେଶକ ପ୍ରତି ମାସ ୧.୫ ଲକ୍ଷ ଟଙ୍କାର ଆୟକର ମଧ୍ୟ ସଞ୍ଚୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.