Below header

ଲକଡାଉନ : ଧାରାବୀରେ ବଞ୍ଚିବା ହୋଇପଡିଛି ଦୁଃର୍ବିସହ, ଘରେ ପାଳି କରି ଶୋଉଛନ୍ତି ଲୋକ

କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଥରହର । ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱର ବୈଜ୍ଞାନିକ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି ବୈଜ୍ଞାନିକ । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଭାରତରେ ପାଖାପାଖି ୨୦ ହଜାର ଲୋକ ସଂକ୍ରମିତ ହୋଇସାରିଲେଣି । ମୃତ୍ୟୁସଂଖ୍ୟା ପାଖାପାଖି ୬୦୦ରେ ପହଞ୍ଚିଲାଣି । ଏହି ଭାଇରସ ଏବେ ଭାରତରେ ଏସିଆର ସବୁଠାରୁ ବଡ ବସ୍ତି ଧାରାବୀରେ ତାଣ୍ଡବ ରଚିବାରେ ଲାଗିଛି । ଧାରାବୀରେ ଏପର୍ଯ୍ୟନ୍ତ ୧୬୮ କରୋନା ପଜେଟିଭି ଆକ୍ରାନ୍ତଙ୍କ ସଂଖ୍ୟା ବାହାରିଲାଣି । ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହା ସବୁଠାରୁ ଅଧିକ ସଂକ୍ରମିତ ଅଞ୍ଚଳ ମଧ୍ୟରେ ଅନ୍ୟତମ ।

11

ଧାରାବୀ ବସ୍ତି ପାଖାପାଖି ୨.୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏଠାରେ ଲକ୍ଷ ଲକ୍ଷ ଲୋକ ରହୁଛନ୍ତି । ଆନୁମାନିକ ଭାବେ ଗୋଟେ ବର୍ଗ କିଲୋମିଟରରେ ଏଠାରେ ୩ ଲକ୍ଷ ଲୋକ ରହିଥାନ୍ତି । ଏମିତିରେ ଏଠାରେ ସାମାଜିକ ଦୂରତ୍ୱ ମାନି ଚଳିବା ବହୁତ କଷ୍ଟକର ।

ଧାରାବୀ କେବଳ ଏସିଆର ସବୁଠାରୁ ବଡ ବସ୍ତି ନୁହେଁ ବରଂ ସବୁଠାରୁ ଜନବହୁଳ ବସ୍ତି । ଏଠାରେ ଚାରି ମହଲା ବିଶିଷ୍ଟ ଘର ରହିଛି । ଗୋଟିଏ ଛୋଟ ଘରେ ୮ରୁ ୯ ଜଣ ଲୋକ ରୁହନ୍ତି । ଏଠାରେ ସମସ୍ତେ ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିବା ବେଳେ ଏକାଠି ଗାଧୋଇଥାନ୍ତି ।
ମୁମ୍ବାଇର ଏହି ବସ୍ତିର ଲୋକ ଖୋଲା ପବନ ଏବଂ ଖୋଲା ସ୍ଥାନରେ ରୁହନ୍ତି । ସାମାଜିକ ଦୂରତା ରଖିବା ଏଠାରେ ଅସମ୍ଭବ । ଏଠାରେ ଅଧିକାଂଶ ଘର ଟିଣ ଏବଂ ଚଦରରେ ନିର୍ମିତ । ଗୋଟେ ଛୋଟ ଘରେ ଅନେକ ପରିବାର ରୁହନ୍ତି । ଏଠାରେ ଲୋକ ଶୋଇବାକୁ ଜାଗା ନାହିଁ, ତେଣୁ ପାଳି କରି ଘରର ଲୋକ ଶୋଉଛନ୍ତି ।  ଏଠାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

mumbai

ମୁମ୍ବାଇକୁ ଏହି ମହାମାରୀରୁ ରୋକିବା ପାଇଁ ହେଲେ ଧାରାବୀକୁ ବଞ୍ଚାଇବାକୁ ହେବ । ଏଠାରେ ରହୁଥିବା ଲୋକ ଆର୍ଥିବ ସମସ୍ୟାରେ ଗତି କରୁଛନ୍ତି । ଏବେ କରୋନା ଯୋଗୁଁ ଲକଡାଉନ ଚାଲିଥିବା ବେଳେ ଏଠିକାର ଲୋକଙ୍କ ଅବସ୍ଥା ବହୁତ ଦୟନୀୟ । ଏଠାରେ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ସରକାର କେଉଁଭଳି ରଣନୀତି ପ୍ରସ୍ତୁତ କରିବେ ତାହା ଚିନ୍ତାର ବିଷୟ । ତେବେ ସରକାରଙ୍କ ରଣନୀତି ମୁମ୍ବାଇସହରକୁ କରୋନା ସଂକ୍ରମଣ ବ୍ୟବାରୁ ରକ୍ଷା କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.