Below header

ନା କୌଣସି ଚିକିତ୍ସା ନା ଔଷଧ, କେବଳ ସାଦା ଭୋଜନ ଖାଇ ସୁସ୍ଥ ହୋଇଛନ୍ତି ୮ କରୋନା ସଂକ୍ରମିତ

ନା କୌଣସି ଚିକିତ୍ସା ନା ଔଷଧ କେବଳ ସାଦା ବା ନିରାମିଷ ଭୋଜନ କରି ସୁସ୍ଥ ହୋଇଛନ୍ତି କରୋନା ରୋଗୀ। ଜଣେ କି ଦୁଇ ଜଣ ନୁହେଁ ୮ ଜଣ ରୋଗୀ ଏଭଳି ଭାବେ ନୂଆ ଜୀବନ ପାଇଛନ୍ତି। ପ୍ରୟାଗରାଜର କୋଟବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କୁ ଠିକ ସମୟରେ ଖାଦ୍ୟ ଓ ପିଇବା ପାଇଁ ଆରଓ ପାଣି ଦିଆଯାଉଥିଲା। ଭୋଜନରେ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ ଦିଆଯାଉଥିଲା। ଏହି ଟାଇମ ଟେବୁଲ ପାଳନ କରି ୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

କ’ଣ ଥିଲା ଡାଏଟ?

Shri Bhagwan Veg Thali Restaurant, Bilaspur - Restaurant Reviews ...

ସମସ୍ତ ସଂକ୍ରମିତଙ୍କୁ ସକାଳ ୭ଟାରେ ଚା’ ସହ ବିସ୍କୁଟ କିମ୍ବା କିଛି ଲୁଣି ଖାଦ୍ୟ ଦିଆଯାଉଥିଲା। ୯ ଟା ବେଳେ ଚୂଡ଼ା କିମ୍ବା ସାଦା ପକୁଡ଼ି ଭଳି ହାଲକା ଜଳଖିଆ ଦିଆଯାଉଥିଲା। ଦ୍ୱିପ୍ରହରରେ ୧୨ ଟା ବେଳେ ରୁଟି, ଡାଲି, ଭାତ ଓ ତରକାରୀ ଦିଆଯାଉଥିଲା। ବେଳେ ବେଳେ ହରଡ଼ ଡାଲି କିମ୍ବା ରାଜମା ଦିଆଯାଉଥିଲା। ୩ଟା ବେଳେ ଫଳ ଖାଇବାକୁ ମିଳୁଥିଲା। ୫ଟାରେ ଚା’ ସହ ବିସ୍କୁଟ କିମ୍ବା ଲୁଣି ଖାଦ୍ୟ ଦିଆଯାଉଥିଲା। ଶେଷରେ ରାତି ୯ଟାରେ ରୁଟି, ଡାଲି, ଭାତ ଓ ତରକାରୀ ଦିଆଯାଉଥିଲା। ୧୪ ଦିନ ଯାଏଁ ସେମାନେ ଏହି ଡାଏଟରେ ରହିଥିଲେ।

Coronavirus Case News In Hindi: Strange Situation, Corona Patient ...

କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବା ବେଳେ ସଂକ୍ରମିତଙ୍କୁ ଜ୍ୱର, ଥଣ୍ଡା, କାଶ ପାଇଁ କିନ୍ତୁ ନିୟମିତ ଔଷଧ ଦିଆଯାଉଥିଲା। ଏହା ବ୍ୟତୀତ ସେମାନଙ୍କୁ ଆଣ୍ଟି-ବାୟୋଟିକ ମଧ୍ୟ ଦିଆଯାଉଥିଲା। ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହି ଡାଏଟରେ ସେମାନେ ସୁସ୍ଥ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.