Nubia Play ଗେମିଙ୍ଗ ସ୍ମାର୍ଟଫୋନ ହେଲା ଲଞ୍ଚ, ଏବେ ମନଭରି ଖେଳନ୍ତୁ ଗେମ

ଟେକ କମ୍ପାନୀ ନୁବିୟା ଗ୍ଲୋବାଲ ଗେମିଙ୍ଗ ସ୍ମାର୍ଟଫୋନ ନୁବିୟା ପ୍ଲେ ଫୋନ ଲଞ୍ଚ କରିଛି। କମ୍ପାନୀ ଏହି ଗେମିଙ୍ଗ ସ୍ମାର୍ଟଫୋନରେ ୫ଜି କନେକ୍ଟିଭିଟି, ଦମଦାର ଡିସପ୍ଲେ ଏବଂ ପ୍ରୋସେସର ରହିଛି। କିନ୍ତୁ ଏହି ଲାଟେଷ୍ଟ ଗେମିଙ୍ଗ ସ୍ମାର୍ଟଫୋନ ଭାରତରେ କେବେ ଲଞ୍ଚ ହେବ ସେ ନେଇ କମ୍ପାନୀ କିଛି ସୂଚନା ପ୍ରକାଶ କରିନାହିଁ। ସୂଚନା ମୁତାବକ ଏହା ପୂର୍ବରୁ କମ୍ପାନୀ ନୁବିୟା ରେଡ଼ ମ୍ୟାଜିକ ୫ ଗେମିଙ୍ଗ ଫୋନକୁ ଗ୍ଲୋବାଲ ବଜାରରେ ଲଞ୍ଚ କରିଥିଲା।

କମ୍ପାନୀ ଏହି ଫୋନକୁ 6GB ରମ 128 GB ଷ୍ଟୋରେଜ, 8GB ରମ 128GB ଷ୍ଟୋରେଜ ଏବଂ 8GB ରମ 256GB ଷ୍ଟୋରେଜ ୱେରିଏଣ୍ଟ ସହ ବଜାରରେ ଲଞ୍ଚ ହେବ। ଏହି ସ୍ମାର୍ଟଫୋନର ପ୍ରଥମ ଭାରିଏଣ୍ଟର ମୂଲ୍ୟ ଚୀନରେ ୨୬,୦୦୦ ଟଙ୍କା, ଦ୍ୱିତୀୟ ଭାରିଏଣ୍ଟର ମୂଲ୍ୟ ୨୯,୦୦୦ ଟଙ୍କା ଏବଂ ତୃତୀୟ ଭାରିଏଣ୍ଟର ମୂଲ୍ୟ ୩୨,୫୦୦ ଟଙ୍କା ରହିଛି। ସେହିଭଳି ଏହି ଫୋନ ବ୍ଲାକ, ବ୍ଲୁ ଏବଂ ହ୍ଵାଇଟ ଏହି ୩ଟି ରଙ୍ଗର ରହିଛି।

nubia

ଜାଣନ୍ତୁ କଣ ରହିଛି ଏହି ଫୋନର ବିଶେଷତ୍ୱ

ଫୋନର ବିଶେଷତ୍ୱ ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଫୋନରେ ୬.୬୫ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିସପ୍ଲେ ଦେଇଛି, ଯାହାର ରିଜୋଲ୍ୟୁସେନ ୧,୦୮୦×୨,୩୪୦ ପିକ୍ସଲ ରହିଛି।

ଏହି ସ୍ମାର୍ଟଫୋନରେ କ୍ବାଡ଼ କ୍ୟାମେରା ସେଟଅପ ମିଳିବା ସହ ୪୮ ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ଼ ଏଙ୍ଗଲ ଲେନ୍ସ, ୨ମେଗାପିକ୍ସଲର ମାଇକ୍ରୋ ଲେନ୍ସ ଏବଂ ୨ ମେଗାପିସ୍କଲର ଡେପଥ ସେନ୍ସର ରହିଛି। ଏହାବ୍ୟତୀତ ଏହି ସ୍ମାର୍ଟଫୋନର ଫ୍ରଣ୍ଟରେ ୧୨ମେଗାପିସ୍କଲର ସେଲ୍ଫି କ୍ୟାମେରା ରହିଛି। ଏଥିସହ କମ୍ପାନୀ ନୁବିୟା ପ୍ଲେ ସ୍ମାର୍ଟଫୋନରେ ୩୦ ୱାଟ ଫାଷ୍ଟ ଚାର୍ଜିଂ ଫିଚର ସହ ୫,୧୦୦ ଏମଏଏଚ ର ବ୍ୟାଟେରୀ ଏବଂ ୱାଇ-ଫାଇ, ୫ଜି କନେକ୍ଟିଭିଟି, ବ୍ଲୁଟୁଥ, ଜିପିଏସ ଏବଂ ୟୁଏସବି ପୋର୍ଟ ଟାଇପ-ସି ଭଳି ଫିଚର୍ସର ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.