ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା, ବ୍ୟାପକ ଟ୍ରାଫିକ୍‌ କର୍ମଚାରୀ ମୁତୟନ

ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା। ପଶ୍ଚିମବଙ୍ଗରୁ ବାଲେଶ୍ୱରକୁ ୩୭ଟି ଓ ମୟୂରଭଞ୍ଜକୁ ୨୨ଟି ରାସ୍ତାରେ ବାରିକେଡ କରାଯାଇଛି । ବାଲେଶ୍ୱରରେ ୩୭ଟି ରାସ୍ତା ମଧ୍ୟରୁ ୩୫ଟି ସମ୍ପୂର୍ଣ୍ଣ ବାରିକେଡ କରାଯାଇଛି । ଅନ୍ୟ ୨ଟି ରାସ୍ତାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଲକ୍ଷ୍ମଣନାଥ ଚେକ୍‌ ଗେଟ୍‌ ଓ ଉଦୟପୁର ରାସ୍ତା ଦେଇ ଗାଡି ଛଡ଼ା ଯାଉଛି । ଏଠାରେ ଟ୍ରାଫିକ୍‌ କର୍ମଚାରୀ ମୁତୟନ ହୋଇଛନ୍ତି । ସେହିଭଳି ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ଥିବା ସମସ୍ତ ୨୨ଟି ରାସ୍ତାକୁ ସମ୍ପୂର୍ଣ୍ଣ ବାରିକେଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.