Below header

ଏନଡିଏର ବିଶାଳ ବିଜୟ, ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିଲେ ମୋଦି

କେନ୍ୟୁଜ୍: ରାଜ୍ୟରେ ନବୀନ । କେନ୍ଦ୍ରରେ ମୋଦି । ମୋଦିଙ୍କ ଲ୍ୟାଣ୍ଡ ସ୍ଲାଇଡ୍‌ ଭିକ୍‌ଟ୍ରି । ଏନଡିଏର ବିଶାଳ ବିଜୟ । ସରକାର ଗଠନ ପାଇଁ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ ଯେଉଁ ପୂର୍ବାନୁମାନ ଦେଇଥିଲେ ତାହାଠାରୁ ମଧ୍ୟ ବଡ଼ ବିଜୟ ଲାଭ କରିଛି ବିଜେପି । ଦେଶବାସୀ ପୁଣି ଥରେ ବୃହତ ବିଜୟ ସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇଛନ୍ତି । ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ପରେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ପୂର୍ଣ୍ଣ ବହୁମତ ସହ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛନ୍ତି ମୋଦି। ଏପରିକି ଏହି ବିଜୟ ୨୦୧୪ ବିଜୟକୁ ମଧ୍ୟ ଟପି ଯାଇଛି । ସରକାର ଗଠନ ପାଇଁ ୨୭୨ ଆସନର ଆବଶ୍ୟକତା ଥିବା ବେଳେ ଏକାକି ବିଜେପି ୩୦୦ ଆସନ ପାର କରୁଛି । ୨୦୧୪ରେ କେବଳ ବିଜେପିକୁ ୨୮୨ଟି ଆସନ ମିଳିଥିଲା । ଏନଡିଏକୁ ମିଳିଥିଲା ୩୩୬ଟି ଆସନ ।

narendra_modiତେବେ ଏଥର ଏନଡିଏର ମିଳିତ ଶକ୍ତି ପାଖାପାଖି ୩୫୦ରେ ପହଞ୍ଚିଛି। ବିଜେପିର ବିଜୟରେ ଉତ୍ସବ ମନାଇଛନ୍ତି ଦଳୀୟ ନେତା ଓ କର୍ମୀ । ବିଜେପିର ଏହି ବିଜୟ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ମୋଦି। ଏଥିସହ ଲୋକଙ୍କ ପାଇଁ ତିନିଟି ପ୍ରତିଶ୍ରୁତି ଦେଇଛନ୍ତି। ଖରାପ ଉଦ୍ଦେଶ୍ୟ ନେଇ କୌଣସି କାର୍ଯ୍ୟ କରିବେନି, ଏଭଳି କିଛି କରିବେନି ଯାହା ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବ । ଏବଂ ଦେଶକୁ ଆଗକୁ ନେବା ପାଇଁ ନିରବଛିନ୍ନ ଭାବେ କାର୍ଯ୍ୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.