Below header

ଆଜି ବାତ୍ୟାର ରୂପ ନେବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ, ମହାରାଷ୍ଟ୍ର ଓ ଗୁଜରାଟ ଆଡକୁ ମୁହାଁଇବ

ନୂଆଦିଲ୍ଲୀ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ବାତ୍ୟାର ରୂପ ନେବ। ଏହି ସମ୍ଭାବ୍ୟ ବାତ୍ୟା ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହେବ । ଏହି ଲଘୁଚାପ ଆରବ ସାଗରର ଦକ୍ଷିଣପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଅଞ୍ଚଳ ଓ ଲକ୍ଷାଦ୍ୱୀପ ଉପରେ ଏହା ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତର ଦିଗରେ ଗତି କରିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହା ରିକର୍ଭ କରି ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରିବ। ଜୁନ ୩ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ତଟରେ ପହଞ୍ଚିବ। ତେବେ ଏହାର  ପ୍ରଭାବରେ ଆଜି ଲକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କୋଙ୍କଣ ଓ ଗୋଆର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାସହ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

ସୂଚନା ଥାଉକି ଭାରତରେ ବର୍ତ୍ତମାନ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବାବେଳେ ଗୋଟେ ପରେ ଗୋଟେ ବାତ୍ୟା ବୋଝ ଉପରେ ଲଳିତା ବିଡା ଭଳି ସାଜିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ମୃତ୍ୟୁସଂଖ୍ୟ ୫ହଜାର ଟପିଥିବାବେଳେ ସବୁଠାରୁ ଅଧିକ ଆକ୍ରାନ୍ତ  ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ତେବେ ଏହି ସମ୍ଭାବ୍ୟ ବାତ୍ୟା ମହାରାଷ୍ଟ୍ରର ମନବଳକୁ ଆହୁରୀ ଭାଙ୍ଗିଦେବା ନେଇ ଆଶଙ୍କା ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.