ଆରମ୍ଭ ହେଲା ଅନ୍‌ଲାଇନରେ ଯୁକ୍ତ୨ ଖାତା ମୂଲ୍ୟାୟନ, କୋଭିଡ଼-୧୯ ଗାଇଡ୍‌ ଲାଇନକୁ ଦିଆଯାଇଛି ଗୁରୁତ୍ବ

ଭୁବନେଶ୍ବର: ଆଜିଠାରୁ ଅନ୍‌ଲାଇନରେ ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ର ‌ହୋଇଛି। ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍‌ଲାଇନ୍‌ରେ ଖାତା ଦେଖିବାର ବ୍ଯବସ୍ଥା କରାଯାଇଛି। କୋଭିଡ଼-୧୯ ଗାଇଡ୍‌ ଲାଇନ ସହ ମୂଲ୍ୟାୟନ କେନ୍ଦ୍ରକୁ ବିଶୋଧନ କରି ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।

କୋଭିଡ଼-୧୯ ଗାଇଡ୍‌ ଲାଇନକୁ ଆଖିରେ ରଖି ମୂଲ୍ୟାୟନକାରୀ ଓ ଜୋନାଲ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ସଙ୍ଗରୋଧ କେନ୍ଦ୍ର ରହିଥିଲେ ସେଠାରେ ବାରିକେଡ୍‌ କରାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପୃଥକୀକରଣ କରାଯାଇଛି। ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର୍‌ ଉପଲବ୍ଧ କରିବା ଦିଗରେ ସ୍ଥାନୀୟ ମ୍ୟୁନିସିପାଲଟି,ଏନ୍‌ଏସି କିମ୍ବା ସିଡିଏମ୍‌ଓମାନେ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରତିଦିନ ମୂଲ୍ୟାୟନ କେନ୍ଦ୍ର ବିଶୋଧନ ହେବ।

sprayଏହି ଖାତା ଦେଖା ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ହେବ। ସକାଳ ୭ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଓ ଗୋଟାଏ ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟରେ ଅନ୍‌ଲାଇନରେ‌ ଖାତା ଦେଖା ହେବ। ଜୁନ୍‌ ୮ରୁ ଅଫ୍‌ଲାଇନ୍‌ରେ ଖାତା ଦେଖା ହେବ। ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇର ବଳକା ଥିବା ୨୩ଟି ପରୀକ୍ଷା ହେବା ସହ ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.