Below header

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, ପୁଣି ଖସିଛି ସୁନା ଦର

ଆଜି ସୁନା ଦର କିଛିଟା ହ୍ରାସ ପାଇଛି । ମେ ୩୦ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ସୁଧା ଏହି ଦର ଦଶ ଗ୍ରାମ ପ୍ରତି ୪୮,୦୦୦ ଟଙ୍କା, ମେ ୩୧ ତାରିଖ ଅର୍ଥାତ ରବିବାର ସନ୍ଧ୍ୟାରେ ଏହି ଦର ୪୭,୯୨୫ ଟଙ୍କା ରହିଥିଲା । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୦୨୦ ଟଙ୍କା ଥିବା ନେଇ ରେକର୍ଡ କରାଯାଇଛି | ଯେବେକି ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୫୧୦ ଟଙ୍କା ରହିଛି । ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୪୭୫୧୦ ଟଙ୍କା ହିଁ ରହିଛି । ୨୨ କ୍ୟାରେଟ ସୁନା ଦାମ ୪୫୭୧୦ ଟଙ୍କା ରହିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୭,୦୨୦ ଟଙ୍କା ରହିଛି ।

ଯଦି ମେ ମାସର ଆକଳନକୁ ଦେଖାଯାଏ ତେବେ ମେ ୧୨ ତାରିଖ ଦିନ ଏହି ମୂଲ୍ୟ ସର୍ବନିମ୍ନ ଥିବା ବେଳେ ମେ ୨୦ ତାରିଖ ସର୍ବାଧିକ ଥିଲା ।ଠିକ ସେହିପରି ରୂପା ଦର ବି କିଲୋଗ୍ରାମ ପିଛା ୫୦,୧୧୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ପୂର୍ବ ଦିନ ୩ .୩୩ ପ୍ରତିଶତ ବଢିଥିବା ରେକର୍ଡ ହୋଇଛି । ଶନିବାର ଏହି ମୂଲ୍ୟ ୪୮,୪୩୫ ଟଙ୍କା ଥିବା ବେଳେ ୨୪ ଘଣ୍ଟା ଭିତରେ ଏହି ମୂଲ୍ୟ ୧୬୧୫ ଟଙ୍କା ବୃଦ୍ଧି ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.