Below header

ଆଜିଠୁ ଝାରସୁଗୁଡା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡା: ଆଜିଠୁ ଆରମ୍ଭ ହେବ ଝାରସୁଗୁଡା କୋଲକାତା ମଧ୍ୟରେ ବିମାନ ଚଳାଚଳ ହୋଇଛି । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ ମିନିଟରେ ଝାରସୁଗୁଡାରେ ପହଁଚିଛି । ସେହିପରି ଝାରସୁଗୁଡାରୁ ୮ଟା ୧୦ରେ ବିମାନ ବାହାରି ୯ଟା ୧୫ରେ ଭୁବନେଶ୍ୱରରେ ପହଁଚିଛି । ଅପରପଟେ ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡାରେ ପହଁଚିବ । ଏହି ବିମାନ ପୂର୍ବାହ୍ନ ୧୧ଟା ୩୦ରେ ବାହାରି ଦିନ ଗୋଟାଏରେ କୋଲକାତାରେ ପହଁଚିବ । ଏଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି।

ତେବେ ସୂଚନା ଥାଉକି, ଆଜିଠୁ ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌ ୧.୦ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସ୍ଥାନ ଖୋଲିବା ସହ ବିଭିନ୍ନ ସେବା ଆରମ୍ଭ ହେବ। ଅଧିକ ଦୋକାନ ବଜାର ଖୋଲିବା ସହ ଏହାର ଅବଧି ମଧ୍ୟ ବଢିବ। ତେଣୁ ରାସ୍ତାଘାଟ ଧିରେ ଧିରେ ଜନଗହଳି ହେବ । ଏହାସହ ରାତ୍ରି କର୍ଫ୍ୟୁର ସମୟ ଅବଧିରେ ମଧ୍ଯ ପରିବର୍ତ୍ତନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.