ଆଜିଠୁ ଲାଗୁ ହେଲା ଅନ୍‌ଲକ୍‌ ୧.୦, କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ସମସ୍ତ ଅଞ୍ଚଳରେ କୋହଳ ହେବ କଟକଣା

ଭୁବନେଶ୍ବର: ଆଜିଠୁ ଲାଗୁ ହେଲା ଅନ୍‌ଲକ୍‌ ୧.୦ । ପର୍ଯ୍ୟାୟକ୍ରମେ ଖୋଲିବ ଦେଶର ବିଭିନ୍ନ ସ୍ଥାନ। ଅଧିକ ଦୋକାନ ବଜାର ଖୋଲିବା ସହ ଏହାର ଅବଧି ମଧ୍ୟ ବଢିବ। ତେଣୁ ରାସ୍ତାଘାଟ ଧିରେ ଧିରେ ଜନଗହଳି ହେବ । ଏହାସହ ରାତ୍ରି କର୍ଫ୍ୟୁର ସମୟ ଅବଧିରେ ମଧ୍ଯ ପରିବର୍ତ୍ତନ ହୋଇଛି। ଏହାକୁ ରାତି ୭ଟା ବଦଳରେ ୯ ଟାକୁ ବଢାଯାଇଛି । ଫଳରେ ନୂଆ ସମୟ ଅନୁସାରେ ରାତି ୯ ଟାକୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ତେଣୁ କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ସମସ୍ତ ଅଞ୍ଚଳରେ କୋହଳ ହେବ କଟକଣା। ଜିଲ୍ଲା ଜିଲ୍ଲା ଏବଂ ରାଜ୍ୟ ରାଜ୍ୟ ଭିତରେ ଯାତାୟାତ କରିପାରିବେ ଲୋକ। ଯାହାଫଳରେ ବ୍ଯବସାୟିକ ସ୍ଥିତି ସ୍ବଚ୍ଛଳ ହେବ।

ତେବେ ଏହି ସମୟରେ ସମସ୍ତ କରୋନା କଟକଣାକୁ ମାନିବା ବାଧ୍ଯତାମୂଳକ। ସାମାଜିକ ଦୂରତା ଓ ଫେସ୍‌ ମାସ୍କ କଟକଣା କଡାକଡି ରହିବ। ତେବେ ଜୁନ୍‌ ୮ ରୁ ଏହି ସବୁ ନିୟମକୁ ବିଶେଷ ଭାବେ ପାଳନ କରାଯିବ‌। ସେହିପରି ଜୁନ୍‌ ୮ରେ ଧାର୍ମିକ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ସପିଂମଲ୍‌ ଖୋଲିବ।

ଅନ୍ୟପଟେ ଭିନ୍ନ ଭିନ୍ନ ରାଜ୍ୟରେ ଅନ୍‌ଲକ୍‌-୧ ର ଚିତ୍ର ଅଲଗା ଅଲଗା ରହିବ। କରୋନା ପରିସ୍ଥିତିକୁ ଦେଖି ନିଜନିଜର ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି ସମସ୍ତ ରାଜ୍ୟ। ତେବେ ଅଧିକ ପ୍ରଭାବିତ କିଛି ରାଜ୍ୟ ଲକଡାଉନ୍‌ କଟକଣା ବଢାଇଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ ଲକଡାଉନ୍‌ ଅବଧି ବଢାଇଛି ମହାରାଷ୍ଟ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.