ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ: କରୋନାରେ ସଂକ୍ରମିତ ଥିବା ସହ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ

ମୁମ୍ବାଇ: ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ ତାଙ୍କର କିଡନୀ ଟ୍ରାନସ୍‌ପ୍ଲାଣ୍ଟ ହୋଇଥିବାସହ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲା । ତେବେ ସାଜିଦ୍-ଓ୍ୱାଜିଦଙ୍କ ଯୋଡି ସାରାଦେଶରେ ବେଶ୍ ପରିଚୟ ଲାଭ କରିଥିଲା । ମୃତ୍ୟୁ ବେଳକୁ ଓ୍ଵାଜିଦଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା ।

ସଲମାନ ଖାନଙ୍କ ପ୍ରତିଟି ମୁଭିରେ ସାଜିଦ୍-ଓ୍ୱାଜିଦଙ୍କ ଯୋଡି ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ପ୍ୟାର କିୟା ତୋ ଡରନା କ୍ୟା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ସାଜିଦ ଓ୍ଵାଜିଦ ଯୋଡି । ଏହା ପରେ ‘ଚୋରୀ ଚୋରୀ’, ହେଲୋ ବ୍ରଦର, ପାର୍ଟନର, ଓ୍ଵାଣ୍ଟେଡ, ଦବଙ୍ଗ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦେବାସହ ଗୀତ ମଧ୍ୟ ଗାଇଥିଲେ ଓ୍ଵାଜିଦ୍‌ । ସଂଗୀତକାର ୱାଜିଦ୍ ଖାନଙ୍କର ଅକାଳ ବିୟୋଗରେ ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ଜଣେ ଗାୟକ ଭାବେ ସେ ହୁଡ ହୁଡ ଦବଙ୍ଗ ଦବଙ୍ଗ ଠାରୁ ଆରମ୍ଭ କରି ଫେଭିକଲ୍ ସେ, ଚିନ୍ତା ତା ଚିନ୍ତା ଚିନ୍ତା ଏବଂ ଜଲୱା ଭଳି ଅନେକ ଦମଦାର ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.