ବଙ୍ଗରେ ବିପୁଳ ସଂଖ୍ୟାରେ ବିଜୟ କଲା ଟିଏମ୍‌ସି, କିନ୍ତୁ ମମତା ହାରିଗଲେ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ହ୍ୟାଟ୍ରିକ୍‌ । ବଙ୍ଗରେ ବିପୁଳ ବିଜୟ କରିଛି ଟିଏମ୍‌ସି । ୨୦୦ରୁ ଅଧିକ ସିଟ୍‌ରେ ବିଜୟ ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବ ଟିଏମ୍‌ସି । ହେଲେ ନିଜେ ବଡ଼ ଝଟ୍‌କା ଖାଇଛନ୍ତି ଦିଦି । ନନ୍ଦିଗ୍ରାମରେ ନିଜର ପୁରୁଣା ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

୧୯୫୬ ଭୋଟ୍‌ରେ ଶୁଭେନ୍ଦୁଙ୍କ ଠାରୁ ପରାସ୍ତ ହୋଇଛନ୍ତି ମମତା । ଶେଷ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧ ଲକ୍ଷ ୧୦ ହଜାର ୭୬୪ ଭୋଟ୍‌ ମିଳିଥିବା ବେଳେ ମମତା ବାନାର୍ଜୀଙ୍କୁ ୧ ଲକ୍ଷ ୮ ହଜାର ୮୦୮ ଖଣ୍ଡ ଭୋଟ୍‌ ମିଳିଛି ।

Leave A Reply

Your email address will not be published.