ହାତୀକୁ ବସେଇବା ହେଲା କାଳ, ନିମିଷକେ ଚାଲିଗଲା ପ୍ରାଣ

କେରଳରେ ଅଘଟଣ। ପୋଷା ହାତୀକୁ ଗାଧୋଇବା ହେଲା କାଳ। ଜଣେ ମାହୁନ୍ତ ବିଶାଳ କାୟ ହାତୀକୁ ଗାଧୋଇବା ସମୟରେ ତାକୁ ବାରମ୍ବାର ବସିବାପାଇଁ କହିଆସୁଥିଲେ ହାତୀ ଶୁଣୁ ନଥିଲା ହେଲେ ଯେତେବେଳେ ହାତୀ ମାହୁନ୍ତ କଥା ଶୁଣିଲା ସବୁକିଛି ସରିଗଲା। ବିଡ଼ମ୍ବନା ଦେଖନ୍ତୁ ମାହୁନ୍ତର ଗୋଡ଼ ଖସିଗଲା ସେହି ସମୟରେ ହାତୀ ତାଙ୍କ ଉପରେ ବସିପଡ଼ିଲା, ମାହୁନ୍ତ ହାତୀ ତଳେ ରହିଗଲେ। ଯେତେବେଳେ ଅନ୍ୟଜଣେ ବଞ୍ଚେଇବାକୁ ଆସିଲେ ହାତୀକୁ ଠିଆ କରାଇଲେ କିନ୍ତୁ ସେତେବେଳକୁ ମାହୁନ୍ତଙ୍କର ଉଡିଯାଇଥିଲା ପ୍ରାଣବାୟୁ । ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
video courtesy : CCTV tape