Below header

‘‘ତୋ ଖାକି ବର୍ଦ୍ଦିକୁ ଫାଡି ତୋତେ ମଝିରୁ ଚିରିଦେବି’’ ପୋଲିସକୁ ଗାଳିଦେଇ ଆଉ ପରେ ଧରାପଡି ଥାନାରେ କାନ୍ଦିଲେ ଦବଙ୍ଗଗିରି ଦେଖାଉଥିବା ଯୁବକ

କିଛି ଦିନ ପୂର୍ବରୁ ଆପଣ ଦେଖିଥିବେ ଯେ ଦିଲ୍ଲୀର ଜଣେ କପଲଙ୍କର ଭିଡିଓ ଭାଇରାଲ ହୋଇଥିଲା। ଏମାନେ ମାସ୍କ ପିନ୍ଧିନଥିଲେ ଯାହାପରେ ପୋଲିସ ଅଟାଇବାରୁ ସେମାନେ ପୋଲିସକର୍ମୀଙ୍କୁ ଅପଶବ୍ଦ କହି ଖୁବ୍‌ ଭାଇରାଲ ହୋଇଥିେ। ଏବେ ଏମିତି ହିଁ ଆଉ ଏକ ମାମଲା ସାମ୍ନାକୁ ଆସିଛି ମୁମ୍ବାଇରୁ। ଏଠି ବି ସମାନ ଚିତ୍ର ଦେଖିବାକୁ ମିଳିଛି କିନ୍ତୁ ଫରକ ଖାଲି ଏତିକି ଯେ କେସ୍‌ ଅଲଗା ଅଲଗା।

ଜଣେ ଯୁବକ ପୋଲିସକର୍ମୀଙ୍କ ଉପରେ ପୂରା ଗରମ ହୋଇ କହୁଛନ୍ତି ଶୁଣନ୍ତୁ। ‘‘ତୋ ଖାକି ବର୍ଦ୍ଦିକୁ ଫାଡି ତୋତେ ମଝିରୁ ଚିରିଦେବି। କୋଉ ଥାନାକୁ ଯିବି କହ ଆସିଯିବି। ଯୁବକଙ୍କ ସହ ଜଣେ ମହିଳା ବି ଅଛନ୍ତି ଆଉ ସେ ବି ଚିଲାଇ ଚିଲାଇ କହୁଛନ୍ତି ତୋତେ ବିକ୍ରି କରି ମୋ ଗାଡି ରିପାୟର କରିବି ଆଉ ତୋତେ ପରେ ଦେଖିନେବି।’’


ଶୁଣିଲେ ତ ବ୍ୟକ୍ତି କେମିତି ଗରମ ହେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ପୁରା ମାମଲା କଣ ହେଇଛି। ମୁମ୍ବାଇର ମୀରା ରୋଡ ପୂର୍ବ ଇଲାକାରେ ଏକ ରାସ୍ତା ପାଖରେ ନୋ ପାର୍କିଙ୍ଗ ଜୋନରେ ଏହି ଦମ୍ପତି ଗାଡି ପାର୍କିଙ୍ଗ କରିଥିଲେ। ଆଉ ଠିକ୍‌ ସେତିକିବେଳେ ଡ୍ୟୁଟିରେ ଥିବା ପୋଲିସ ନୋ ପାର୍କିଙ୍ଗ ଜୋନରେ ଛିଡା ହୋଇଥିବା ଗାଡି ଉପରେ କାର୍ଯାନୁଷ୍ଠାନ ନେବାକୁ ଆସିଲେ। ଟ୍ରାଫିକ କର୍ମଚାରୀ ଜଣଙ୍କ ଆବାଜ ବି ଦେଲେ କିନ୍ତୁ କେହି ଆସିଲେନି। ଯେତେବେଳେ କେହି ଆସିଲେନି ତ ସେ କାର ଚକାରେ ଜାମ ଲଗାଇଦେଲେ। ବାସ୍‌ ଏହାର ଠିକ୍‌ ତୁରନ୍ତ ପରେ ଏହି ଦୁଇ ଜଣ ଦମ୍ପତି ଦୌଡି ଦୌଡି ଆସି ଟ୍ରାଫିକ କର୍ମଚାରୀଙ୍କୁ ବହୁତ ଅଭଦ୍ର ଭାଷାରେ ଗାଳିଗୁଲଜ କଲେ। ଲୋକଙ୍କର ଭିଡ ଜମିଲା।

ଏହାପରେ ସ୍ଥାନୀୟ ନୟାନଗର ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ଦୁଇ ଜଣଙ୍କୁ ଗିରଫ କରିନେଲେ। ତେବେ ସବୁଠାରୁ ମଜାଦାର କଥା ହେଉଛି ଟ୍ରାଫିକ କର୍ମଚାରୀଙ୍କ ଉପରେ ଦବଙ୍ଗଗିରି ଦେଖାଉଥିବା ଏହି ବାବୁଙ୍କର ସବୁ ଷ୍ଟାଇଲ ଯେମିତି ଚାଲିଗଲା ଥାନା ଭିତରେ। ଆଉ ସେ ଥାନାରେ ବସି କାନ୍ଦିବାକୁ ଲାଗିଲେ। ଯାହା ସୂଚନା ରହିଛି ଦୁହିଁଙ୍କ ବିରୁଦ୍ଧରେ ଏବେ ମାମଲା ରୁଜୁ କରାଯାଇଛି।

ତେବେ ଆପଣ ଜାଣିରଖିବା ନିହାତି ଉଚିତ ଯେ ପୋଲିସ୍‌ ତାର ଡ୍ୟୁଟି ହିଁ କରିବ। ଆପଣ ଭୁଲ କରୁଛନ୍ତି କାହିଁକି ଆଉ ପୋଲିସର ମୁହାଁମୁହିଁ ହେଉଛନ୍ତି କାହିଁକି। କାରକୁ ପାର୍କିଙ୍ଗରେ ରଖନ୍ତୁ ନା। କାର କିଣିଛନ୍ତି, ଆପଣ ଆଉ ଦୁନିଆ କିଣିଦେଇନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.