Below header

ଆଜି ବିଶ୍ୱ ଜନସଂଖ୍ୟା ଦିବସ, ଚଳିତ ବର୍ଷର ଥିମ ରହିଛି “କୋଭିଡ- ୧୯ ମହାମାରୀର ପ୍ରଜନନ କ୍ଷମତା ଉପରେ ପ୍ରଭାବ”

ବିଶ୍ୱରେ ଦିନକୁ ଦିନ ବଢିଚାଲିଥିବା ଜନସଂଖ୍ୟା ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଏହି କାରଣରୁ ହିଁ ଅଶିକ୍ଷା, ବେରୋଜଗାରୀ ସହ ଦାରିଦ୍ର୍ୟତା ଦିନକୁ ଦିନ ବଢି ବଢି ଚାଲିଛି । ୱାର୍ଲ୍ଡମିଟର୍ସର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ବିଶ୍ୱରେ ପାଖାପାଖି ୭ ଶହ ୮୭ କୋଟି ୮୫
ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ପ୍ରତି ଦିନ ବିଶ୍ବର କୋଣ ଅନୁକୋଣରେ ହାରାହାରି ଲକ୍ଷେ ଶିଶୁ ଜନ୍ମ ନେଉଛନ୍ତି । ଏବେ ସର୍ବାଧିକ ଜନସଂଖ୍ୟା ତାଲିକାର ପ୍ରଥମରେ ଚିନ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛି ଆମ ଦେଶ ଭାରତ । ଚିନର ଲୋକସଂଖ୍ୟା ୧ ଶହ ୪୪ କୋଟିରୁ ଅଧିକ ଥିବା ବେଳେ ଭାରତର ଜନସଂଖ୍ୟା ୧ ଶହ ୩୯ କୋଟିରେ ପହଂଚିଛି ।

population day

ଜନସଂଖ୍ୟା ବୃଦ୍ଧିକୁ ନେଇ ପରିବାର ନିୟୋଜନ ଏକମାତ୍ର ବିକଳ୍ପ ଥିବା ବେଳେ କିନ୍ତୁ ଲୋକଙ୍କ ମଧ୍ୟରେ ସେନେଇ ଆବଶ୍ୟକ ମୁତାବକ ସଚେତନତା ସୃଷ୍ଟି ହୋଇପାରିନାହିଁ । ବିଶ୍ବବାସିଙ୍କ ମଧ୍ୟରେ ଏନେଇ ଅଧିକ ସଚେତନତା ଆଣିବା ପାଇଁ ହିଁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ “ବିଶ୍ୱ ଜନସଂଖ୍ୟା ଦିବସ” ଭାବରେ ପାଳନ କରାଯାଇ ଆସୁଛି । ୧୯୮୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା ବା ୟୁନାଇଟେଡ଼ ନେସନ ଜେନେରାଲ ଆସେମ୍ବ୍ଲି ଜୁଲାଇ ୧୧ ତାରିଖରେ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିର୍ଣ୍ଣୟ ନେଇଥିଲେ । ପ୍ରକୃତରେ ୧୯୮୭ ମସିହା ସୁଦ୍ଧା ବିଶ୍ବ ଲୋକସଂଖ୍ୟା ୫
ଆରବ ବା ୫ ଶହ କୋଟି ଛୁଇଁ ଯାଇଥିଲା । ଏହି କାରଣରୁ ହିଁ ଏହାର ଦୁଇ ବର୍ଷ ପରେ ସଂଯୁକ୍ତ ରାଷ୍ଟ୍ର ତରଫରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଭିନ୍ନ ଭିନ୍ନ ଉପାୟ ମାନ ଅବଲମ୍ବନ କରି କିପରି ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯିବ ସେନେଇ ପ୍ରତିବର୍ଷ ଚେଷ୍ଟା କରାଯାଇଥାଏ ।

ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ଥିମ “କୋଭିଡ-19 ମହାମାରୀର ପ୍ରଜନନ କ୍ଷମତା ଉପରେ ପ୍ରଭାବ” ରଖାଯାଇଛି । ସମଗ୍ର ବିଶ୍ୱରେ ମହିଳା ତଥା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ କରୋନା ମହାମାରୀ କିପରି ପ୍ରଭାବ ପକାଇଛି ତାହାକୁ ଲକ୍ଷ କରି ହିଁ ଏହି ଥିମ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.