ଦିନରେ ମାତ୍ର ୧୭ ମିନିଟ୍‌ ଧରି ସ୍ମାର୍ଟଫୋନ୍‌ ବ୍ୟବହାର କଲେ ବି ହୋଇପାରେ କ୍ୟାନ୍ସର ଓ ଟ୍ୟୁମର! ଷ୍ଟଡିରେ କରାଗଲା ଦାବି

ସ୍ମାର୍ଟଫୋନ୍‌ ବ୍ୟବହାର ଯୋଗୁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଏକ ନୂଆ ଷ୍ଟଡି ସାମ୍ନାକୁ ଆସିଛି। ଏଥିରେ ଦାବି କରାଯାଇଛି କି, ପ୍ରତ୍ୟେକ ଦିନ ୧୭ ମିନିଟ୍‌ ପର୍ଯ୍ୟନ୍ତ ସ୍ମାର୍ଟଫୋନ ଚଲାଇବା ଦ୍ୱାରା କ୍ୟାନ୍ସର ଓ ଟ୍ୟୁମର ସମସ୍ୟା ଦେଖା ଦେଇପାରେ। ସ୍ମାର୍ଟଫୋନ ସିଗ୍ନାଲର ରେଡିଏଶନରୁ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ। ରେଡିଏଶନରୁ ଡିଏନ୍‌ଏ ଡ୍ୟାମେଜ ହୋଇପାରେ।

ଏକ ରିପୋର୍ଟ ଅନୁସାରେ, UC Berkeleyର ଷ୍ଟଡିରେ ଦାବି କରାଯାଇଛି ଯେ ଲଗାତାର ୧୦ ବର୍ଷ ପର୍ଯ୍ୟନ୍ତ ଦିନରେ ମାତ୍ର ୧୭ ମିନିଟ୍‌ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କଲେ କ୍ୟାନ୍ସର ହେବାର ସମ୍ଭାବନା ବଢ଼ି ଯାଇଥାଏ। ଏହି ସମ୍ଭାବନା ୬୦ ପ୍ରତିଶତ ଲୋକଙ୍କଠାରେ ରହିଛି। ୧,୦୦୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କଲେ ଟ୍ୟୁମର ପ୍ରଭାବିତ ହୋଇପାରେ।

UC Berkeleyର ବିଶେଷଜ୍ଞମାନେ କହିଛନ୍ତି, ସ୍ମାର୍ଟଫୋନରୁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ସାରା ବିଶ୍ୱରେ ହୋଇଥିବା ୪୬ ରିସର୍ଚ୍ଚକୁ ଆମେ ଆନାଲିସିସ୍‌ କରିଛୁ। ଆମେରିକା, ସ୍ୱିଡେନ୍‌, ଇଂଲଣ୍ଡ, ଜାପାନ, ସାଉଥ୍‌ କୋରିଆ ଏବଂ ନ୍ୟୁଜିଲାଣ୍ଡରେ ହୋଇଥିବା ରିସର୍ଚ୍ଚର ଅଧ୍ୟୟନ କରାଯାଇଛି।

ବିଶେଷଜ୍ଞମାନଙ୍କ କହିବା ହେଲା, ସ୍ମାର୍ଟଫୋନର ସିଗ୍ନାଲରୁ ବାହାରୁଥିବା ରେଡିଏଶନ ଆମ ଶରୀରର ସେଲ୍ସକୁ କ୍ଷତି ପହଞ୍ଚାଇଥାଏ। ରେଡିଏଶନରୁ ଷ୍ଟ୍ରେସ୍‌ ପ୍ରୋଟିନ୍‌ ବାହାରିଥାଏ, ଯାହା ଡିଏନ୍‌ଏକୁ ଡ୍ୟାମେଜ କରି ଦେଇଥାଏ ଏବଂ ଟ୍ୟୁମର ସୃଷ୍ଟି କରିଥାଏ। ଯଦିଓ US Food and Drugs Administration (FDA) ଏହି ଷ୍ଟଡିର ଦାବିକୁ ଖାରଜ କରିଛି। FDAର କହିବା ହେଲା, ଏହାର କୌଣସି ଶକ୍ତ ବୈଜ୍ଞାନିକ ପ୍ରମାଣ ନାହିଁ।

ତେବେ ଉକ୍ତ ଷ୍ଟଡିରେ ପରାମର୍ଶ ଦିଆଯାଇଛି କି, ସ୍ମାର୍ଟଫୋନ ବ୍ୟବହାର କମ୍‌ କରନ୍ତୁ ଏବଂ ଏହାଠୁ ନିଜ ଶରୀରକୁ ଦୂରେଇ ରଖନ୍ତୁ। ଯଦି ସମ୍ଭବ କଥା ହେବା ପାଇଁ ସ୍ମାର୍ଟଫୋନ ଜାଗାରେ ଲ୍ୟାଣ୍ଡଲାଇନ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.