Below header

Instagram Reels କୁ ଚୁଟ୍‌କିରେ କରିପାରିବେ ଡାଉନ୍‌ଲୋଡ୍‌, ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଫଟୋ ଓ ଭିଡିଓ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ୟଜର୍ସଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଖାସ୍‌ କରି ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ୟୁଜର୍ସଙ୍କ ପାଇଁ Instagram Reels ଏକ ଭଲ ବିକଳ୍ପ ହୋଇଛି। ଏଠାରେ ୟୁଜର୍ସ ନିଜ ଭିଡିଓ ତିଆରି କରି ସେୟାର କରିପାରିବେ ଓ ଅନ୍ୟମାନଙ୍କ ଭିଡିଓ ମଧ୍ୟ ଦେଖିପାରିବେ। ତେବେ Instagram Reelsରେ ବେଳେବେଳେ କିଛି ଭିଡିଓ ଏତେ ପସନ୍ଦ ଆସେ ଯେ ତାହାକୁ ଡାଉନ୍‌ଲୋଡ୍‌ କରିବାକୁ ଇଚ୍ଛା ହୁଏ। କିନ୍ତୁ ଏବେ ବି କିଛି ୟୁଜର୍ସ ଭିଡିଓକୁ ଡାଉନ୍‌ଲୋଡ୍‌ କରିବା ଉପାୟ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ଡାଉନ୍‌ଲୋଡ୍‌ କରିବାର ସହଜ ଉପାୟ…

  • ଇନ୍‌ଷ୍ଟାଗ୍ରାମ୍‌ରେ ଯେଉଁ ଭିଡିଓକୁ ଡାଉନ୍‌ଲୋଡ୍‌ କରିବାକୁ ଚାହୁଁଛନ୍ତି, ପ୍ରଥମେ ତାହାକୁ ଓପନ୍‌ କରନ୍ତୁ ଓ ତା’ ପରେ ଉକ୍ତ ଭିଡିଓର URL କପି କରନ୍ତୁ।
  • URL କପି କରିବା ପରେ ଏହାକୁ ଅନ୍‌ଲାଇନ୍‌ ଟୁଲ୍‌ରେ ପେଷ୍ଟ କରିବାକୁ ହେବ।
  • ଏଥିପାଇଁ ଆପଣ  Instafista ଓ Ingrammer ଭଳି କେତେକ ଟୁଲ୍ସ ବ୍ୟବହାର କରିପାରିବେ।
  • ଅନ୍‌ଲାଇନ୍‌ ଟୁଲ୍ସରେ URL ପେଷ୍ଟ କରିବା ପରେ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଭିଡିଓ ଡାଉନ୍‌ଲୋଡ୍‌ ହୋଇଯିବ। ଆପଣ ଏବେ ଭିଡିଓକୁ ଯାହାକୁ ଇଚ୍ଛା ତାକୁ ସେଣ୍ଡ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.