ଗର୍ଲସ୍ ହଷ୍ଟେଲରେ ମହିଳା ବେଶରେ ପଶି ଚୋରି କଲା ଜଣେ ପୁରୁଷ, ଘଟଣା ଜାଣିବା ପରେ ପୋଲିସ୍ ବି ଆଶ୍ଚର୍ଯ୍ୟ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶ୍ରୀରାମ କଲେଜ ଅଫ୍ କମର୍ସ ଛାତ୍ରାବାସରେ ଏକ ଚୋରି ମାମଲା ସାମ୍ନାକୁ ଆସିଛି । ଯେଉଁ ମାମଲା ପରେ ପୋଲିସର ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦିଲ୍ଲୀ ପୋଲିସ୍ ଅଭିଯୋଗ ଆଧାରରେ କେସ୍ ରୁଜୁ କରି ମାମଲାର ଛାନବିନ୍ ଆରମ୍ଭ କରିଦେଇଛି । ଏହି ମାମଲା କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଏବଂ ଆପଣ ମଧ୍ୟ ଏହି ମାମଲା ବିଷୟରେ ଜାଣିବାପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ପୋଲିସ୍ ଅନୁସାରେ ସୋମବାର ଶ୍ରୀରାମ କଲେଜର ବିକମ୍ ଅନର୍ସର ଜଣେ ଛାତ୍ରୀ ଅଭିଯୋଗ କଲେ କି, ୧୨ ସେପ୍ଟେମ୍ବର ଦିନ ଛାତ୍ରାବାସରେ ତାଙ୍କର ରୁମରୁ ସେ ରଖିଥିବା ୨ ହଜାର ଟଙ୍କା ଏବଂ ଡେବିଟ୍ କାର୍ଡ ଚୋରି ହୋଇଯାଇଛି । ଅନ୍ୟପଟେ ସେହି ରୁମରେ ଥିବା ଅନ୍ୟ ଜଣେ ଛାତ୍ରୀଙ୍କର ମଧ୍ୟ ୧ହଜାର ଟଙ୍କା ଚୋରି ହୋଇଯାଇଥିଲା ।

ଯେତେବେଳେ ଉଭୟ ଛାତ୍ର ଏହି ଚୋରି ବିଷୟରେ ଜାଣିବାକୁ ପାଇଲେ ସେମାନେ କାର୍ଡ ବ୍ଳକ୍ କରିବା ପାଇଁ ବ୍ୟାଙ୍କର ହେଲ୍ପ ଲାଇନ୍ ନମ୍ବରରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କ ବ୍ୟାଙ୍କ ଖାତାରେ ଥିବା ପାଖାପାଖି ୪୫ ହଜାର ଟଙ୍କା ଚୋରି ହୋଇଯାଇଥିଲା ।

ଏହି ସୂଚନା ଉକ୍ତ ଛାତ୍ରୀ ଜଣଙ୍କୁ ସେତେବେଳେ ମିଳିଥିଲା ଯେତେବେଳେ ତାଙ୍କ ବାପାଙ୍କ ମୋବାଇଲକୁ ମେସେଜ୍ ରେ ବ୍ୟାଙ୍କ ପକ୍ଷରୁ ସୂଚନା ଯାଇଥିଲା । ଏହାପରେ ସବୁକିଛି ଜଣାପଡିଥିଲା । କୁହାଯାଉଛି କି, ଯେତେବେଳେ ପୋଲିସ୍ ଏହି ଘଟଣାରେ ଛାତ୍ରାବସାର ସିସିଟିଭି ଫୁଟେଜ୍ ଯାଞ୍ଚ କଲା ସେତେବେଳେ ସେ ଜଣଙ୍କୁ ଉକ୍ତ ରୁମକୁ ଯିବାର ଦେଖିବାକୁ ପାଇଥିଲା । ଏହାପରେ ଜଣାପଡିଥିଲା କି, କେହି ଜଣେ ପୁରୁଷ ମହିଳା ବେଶରେ ଆସି ଛାତ୍ରାବାସରେ ଚୋରି କରୁଥିଲା । ଏହାପରେ ପୋଲିସ୍ ଅଧିକ ସନ୍ଧାନ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.