ଜଗତସିଂହପୁର: ଅଖା ଭିତରେ ନର୍ସଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର

ଜଗତସିଂହପୁର(କେନ୍ୟୁଜ୍): ଅଖା ଭିତରେ ନର୍ସଙ୍କ ହାତଗୋଡ଼ ବନ୍ଧା ମୃତଦେହ । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ନୂଆପାଲି ବିଲୁଆଖାଇ ନଦୀ ପଠାରୁ ମିଳିଛି ମୃତଦେହ । ଏହି ମୃତଦେହ କଟକର ଏକ ଘରୋଇ ନର୍ସିଂହୋମରେ କାର୍ଯ୍ୟରତ ନର୍ସ ନିହାରିକା ପାତ୍ରଙ୍କର ବୋଲି ସୂଚନା ମିଳିଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଥିବା ବେଳେ ହତ୍ୟାକାଣ୍ଡ ପଛରେ କିଏ ରହିଛି, ଏନେଇ ସନ୍ଦେହ ଘନିଭୂତ ହୋଇଛି । ଗତ ୮ଦିନ ହେବ ନିହାରିକା ନର୍ସିଂହୋମରୁ ପଳାଇ ଯାଇଥିବା ବେଳେ ମଧୂପାଟଣା ଥାନାରେ ଏନେଇ ନର୍ସିଂହୋମ କର୍ତ୍ତୃପକ୍ଷ ଓ ତାଙ୍କ ମା’ଙ୍କ ପକ୍ଷରୁ ପୃଥକ ପୃଥକ ଏତଲା ଦିଆଯାଇଥିଲା । ଏହି ଘଟଣା ସମ୍ପର୍କରେ ନର୍ସିଂହୋମ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ ନର୍ସିଂହୋମରୁ ନିହାରିକା ତାଙ୍କ ପ୍ରେମିକଙ୍କ ସହ ବାହାରକୁ ଯାଇଥିବା କୁହାଯାଉଛି । ମୃତଦେହ ମିଳିଥିବା ଘଟଣାସ୍ଥଳରେ ପୋଲିସର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.