Below header

ଥମୁନି ମଣିପୁର ହିଂସା, ପୁଣି ବିଷ୍ଣୁପୁରରେ ପରିବାରର ୩ ଜଣଙ୍କୁ ହତ୍ୟା

ମଣିପୁରରେ ଥମୁନି ହିଂସା । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପଶି କରି ଫାୟାରିଂ କରିଥିଲେ ।

ମଣିପୁରରେ ଲଗାତାର ୩ ମାସ ହେଲାଣି ହିଂସା ଜାରି ରହିଛି । ଏହା ମଧ୍ୟରେ ମୈତେଈ ଏବଂ କୁକି ସମୁଦାୟର ଲୋକ ପରସ୍ପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପଶି କରି ଫାୟାରିଂ କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ଖବର ମୁତାବକ, ଗତ କିଛି ଘଣ୍ଟା ହେଲାଣି ଇମ୍ଫାଲ ଏବଂ ବିଷ୍ଣୁପୁରରେ ହିଂସା ଲାଗି ରହିଛି । ବିଷ୍ଣୁପୁର ଜିଲ୍ଲାରେ ଗତ ରାତିରେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରାଯାଇଛି । ଉପଦ୍ରବକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳକୁ ଆସିଥିଲେ ଓ ଗୁଳିମାଡ଼ କରିଥିଲେ ।

ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ବିଷ୍ଣୁପୁରର କିଛି ଅଞ୍ଚଳରେ ଫାୟାରିଂ କରାଯାଇଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା ଉପଦ୍ରବକାରୀମାନେ ଜିଲ୍ଲାର ଦ୍ୱିତୀୟ ଆରଇଆରବି ୟୁନିଟ ଉପରେ ଆକ୍ରମଣ କରିବା ସହିତ ଗୁଳି, ବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ୪୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ୫ ଲକ୍ଷରୁ ଅଧିକ ଗୋଳାବାରୁଦ ଲୁଟିନେଇଥିଲେ ।ଏହି ସମୟରେ ୧୯ ଜଣ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ, ମଣିପୁର ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ମଣିପୁରରେ ପାଖାପାଖି ୫୩ ପ୍ରତିଶତ ମେତେଇ ସମୁଦାୟର ଲୋକ ରହିଛନ୍ତି । ଅଧିକାଂଶ ଲୋକ ଇମ୍ଫାଲ ଘାଟିରେ ରହୁଛନ୍ତି । ମଣିପୁରର କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ କୁକି-ଜୋମି ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯିବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା । ଘଟଣାଟି ଗତ ମେ ୪ ତାରିଖରେ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.