ପାରିବାରିକ କଳହ; ସ୍ତ୍ରୀକୁ ପିଟି ହତ୍ୟା କରିବା ପରେ ସ୍ୱାମୀ ଫେରାର

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର ବାଘୁଆ ସାହି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ନାଁ ମିନତୀ ବୋଲି ଜଣାପଡିଛି।

ହିନ୍ଦୋଳ (କେନ୍ୟୁଜ): ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର ବାଘୁଆ ସାହି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ନାଁ ମିନତୀ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ମିନତୀଙ୍କ ପରିବାର ବାଲିମୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ବାହାଘରର ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ନିଜର ସ୍ତ୍ରୀ ଉପରେ ପାରିବାରିକ ନିର୍ଯାତନା ଦେଇ ଆସୁଥିଲେ ସ୍ୱାମୀ ପ୍ରତାପ ଓ ତାଙ୍କ ଶାବତ ମାଆ । ଏନେଇ ବାରମ୍ବାର ପରିବାର ମଧ୍ୟରେ ଗଣ୍ଡଗୋଳ ହେଉଥିଲେ ମଧ୍ୟ ଥାନାରେ ତାହା ସମାଧାନ ହେଇଯାଉଥିଲା। କିନ୍ତୁ ଗତ ରାତିରେ ପ୍ରତାପ ନିଶାସକ୍ତ ଅବସ୍ଥାରେ ଆସି ନିଜର ସ୍ତ୍ରୀକୁ ବହୁତ ନିର୍ଯାତନା ଦେବା ସହ ଏକ ରଡ଼ରେ ପିଟି ଥିବାରୁ ମିନତୀଙ୍କ ମୁଣ୍ଡ ଫାଟି ଯିବା ଫଳରେ ସ୍ବାମୀ ପ୍ରତାପ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କର ଦୁଇ ପୁଅ ଆମ୍ବୁଲାନ୍ସ ସାହାଯ୍ୟରେ ହିନ୍ଦୋଳ ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ମିନତୀଙ୍କ ପରିବାର ବାଲିମୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାର ଖବର ପାଇ ବାଲିମୀ ପୋଲିସ ପ୍ରତାପଙ୍କୁ ଖୋଜାଖୋଜି କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.