ବ୍ରିଟେନରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ EG.5.1, WHO ରଖିଛି ନଜର

୨୦୨୦ରେ ଆରମ୍ଭ ହୋଇଥିବା ମହାମାରୀ ୩ ବର୍ଷ ହେଲାଣି ଶେଷ ହୋଇନାହିଁ । ବ୍ରିଟେନରେ ଏକ ନୂଆ ଭାରିଏଣ୍ଟ EG.5.1 ବ୍ୟାପିବାରେ ଲାଗିଛି ।। ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସୀ ଏହାର ସୂଚନା ଦେଇଛନ୍ତି ।

ସମଗ୍ର ବିଶ୍ୱରୁ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୨୦୨୦ରେ ଆରମ୍ଭ ହୋଇଥିବା ମହାମାରୀ ୩ ବର୍ଷ ହେଲାଣି ଶେଷ ହୋଇନାହିଁ । କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଏପରି ସ୍ଥଳେ ବ୍ରିଟେନରେ ଏକ ନୂଆ ଭାରିଏଣ୍ଟ ବ୍ୟାପୁଥିବାର ଖବର ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସୀ ଏହାର ସୂଚନା ଦେଇଛନ୍ତି ।

ଏଜେନ୍ସୀ କହିବା ଅନୁଯାୟୀ, ବ୍ରିଟେନରେ ପ୍ରତି ୭ ଜଣରେ ଗୋଟିଏ କେସ୍‌ ନୂଆ ଭାରିଏଣ୍ଟର ରହିଛି । ବୈଜ୍ଞାନିକ ନୂଆ ଭାରିଏଣ୍ଟକୁ EG.5.1 ନାମ ଦେଇଛନ୍ତି । ଏହି ଭାରିଏଣ୍ଟ କୋଭିଡର ଓମିକ୍ରନ ଭାରିଏଣ୍ଟରୁ ଆସିଛି । ନୂଆ ଭାରିଏଣ୍ଟର ଅଧିକ ମାମଲା ଏସିଆରେ ଦେଖିବାକୁ ମିଳିଛି । ବ୍ରିଟେନରେ ୩୧ ଜୁଲାଇରୁ EG.5.1 ନୂଆ ଭାରିଏଣ୍ଟ ନାମରେ ଜଣାଯାଉଛି ।

ରିପୋର୍ଟ ମୁତାବକ, ୧୦ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଭାରିଏଣ୍ଟରେ ପ୍ରତି ୯ ଜଣରେ ଜଣକର EG.5.1 ଭାରିଏଣ୍ଟ ରହିଛି । ନୂଆ କୋଭିଡ କେସରେ ଏହାର ଅଂଶ ୧୪.୬ % ରହିଛି । ବ୍ରିଟେନରେ ଦ୍ରୁତଗତିରେ ବ୍ୟାପୁଥିବା ସବୁଠାରୁ ବିପଦପୂର୍ଣ୍ଣ ଭାରିଏଣ୍ଟ । ନୂଆ ଭାରିଏଣ୍‌ଟ ଯୋଗୁଁ କୋଭିଡ କେସ୍‌ ମଧ୍ୟ ବଢୁଛି ।

ତେବେ ଏହି ମାମଲାରେ ସ୍ଥିତି ଉପରେ ନଜର ରଖିଛନ୍ତି ବ୍ରିଟିଶ ଅଧିକାରୀ । ତେବେ ହସପିଟାଲରେ ଆଡମିଟ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌ । ତେବେWHO ଏହି ଭାରିଏଣ୍ଟ ଉପରେ ଦୁଇ ସପ୍ତାହ ହେଲାଣି ନଜର ରଖିଛି । ତେବେ ଭ୍ୟାକସିନ ଯୋଗୁଁ ସୁରକ୍ଷିତ ରହିଛନ୍ତି । କିନ୍ତୁ ଏହାକୁ ନେଇ ଆମେ ଅବହେଳା କରିପାରିବୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.