Below header

ପୁରୀ ଜିଲ୍ଲା କଣାସ ବ୍ଲକ ଗଡ ବଳଭଦ୍ରପୁର ଗାଁ ରେ ବନ୍ୟା ପାଣିରୁ ଧରୁଥିଲେ ମାଛ , କିନ୍ତୁ ଜାଲରେ ପଡିଲା ମାଳ ମାଳ ସାପ

ବନ୍ୟାରେ ଦିଲ୍ଲୀପ ବେହେରା ନଦୀରେ ମାଛ ଧରିବା ପାଇଁ ଏକ ବାକ୍ସ ଜାଲ ବସେଇ ଥିଲେ । ମାଛ ଆଣିବା ପାଇଁ ଜାଲ ଟେକିବା ବେଳକୁ ମାଛ ସହିତ ତା ଭିତରେ ଅଛନ୍ତି ବିଭିନ୍ନ ପ୍ରଜାତି ର ପାଞ୍ଚ ରୁ ଅଧିକ ସାପ ଏବଂ ତା ଭିତରୁ ଦୁଇଟି ନାଗ ସାପ । ଏହାକୁ ଦେଖି ଭୟରେ ଜାଲ କୁ ଫୋପାଡି ଦେଇ ସମସ୍ତେ କୂଳକୁ ପଳେଇ ଆସିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଜାଲ ଟିକୁ ନଦୀ ଭିତରୁ ଉପରକୁ ଆଣି ଥିଲେ ଏବଂ ସାପକୁ ଉଦ୍ଧାର କରିଥିଲେ।

ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଅନେକ ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି ଲୋକମାନେ ଏବେ କରିବେ କଣ । ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ପୁରୀ ଜିଲ୍ଲା ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନି । ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ଆଉ ପ୍ରତି ଥର ଲୋକମାନେ ହଇରାଣ ମଧ୍ୟ ହୁଅନ୍ତି । ଆଉ ଏହି ସମୟରେ ଦେଖିବାକୁ ମିଳେ ବନ୍ୟା ଘେରରେ ଭୟଙ୍କର ଦୃଶ୍ୟ ।

ଏବେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ ବଳଭଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ବନ୍ୟା ପାଣିରେ ମାଳ ମାଳ ସାପ। ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ ବଳଭଦ୍ରପୁର ଗ୍ରାମ ନିକଟରେ ବହି ଯାଇଛି ଦୟା ନଦୀ । ଦୟା ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବନ୍ୟା ପାଣି ଚାରିଆଡେ ପଶିବା ପରେ ପରିବା ଆଦି ଚାଷ ନଷ୍ଟ ହୋଇଯାଇଛି । ଜୀବନ ଅତିବାହିତ ପାଇଁ ଖାଦ୍ୟ କଥା ବୁଝିଲେ ଲୋକମନେ ସେହି ବନ୍ୟା ପାଣିରେ ଆସିଥିବା ମାଛ କୁ ଧରିବାକୁ ଲାଗନ୍ତି । ଏଭଳି ସବୁଥର ହୁଏ । ଏଥର ବନ୍ୟାରେ ଦିଲ୍ଲୀପ ବେହେରା ନଦୀରେ ମାଛ ଧରିବା ପାଇଁ ଏକ ବାକ୍ସ ଜାଲ ବସେଇ ଥିଲେ । ମାଛ ଆଣିବା ପାଇଁ ଜାଲ ଟେକିବା ବେଳକୁ ମାଛ ସହିତ ତା ଭିତରେ ଅଛନ୍ତି ବିଭିନ୍ନ ପ୍ରଜାତି ର ପାଞ୍ଚ ରୁ ଅଧିକ ସାପ ଏବଂ ତା ଭିତରୁ ଦୁଇଟି ନାଗ ସାପ । ଏହାକୁ ଦେଖି ଭୟରେ ଜାଲ କୁ ଫୋପାଡି ଦେଇ ସମସ୍ତେ କୂଳକୁ ପଳେଇ ଆସିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଜାଲ ଟିକୁ ନଦୀ ଭିତରୁ ଉପରକୁ ଆଣି ଥିଲେ ଏବଂ ସାପକୁ ଉଦ୍ଧାର କରିଥିଲେ।

ବଢିପାଣିରେ ସାପର ଏହି ଭିଜୁଆଲ ଏବେ ଖୁବ ଭାଇରାଲ ହେଉଛି । ନଦୀବଢି ସମୟରେ ମାଛ ଜାଲରେ ପଡିଛନ୍ତି ମାଳ ମାଳ ସାପ । ଦିଲ୍ଲୀପ ବେହେରା ସକାଳୁ ମାଛ ଆଣିବା ପାଇଁ ଜାଲ ଟେକିବା ବେଳକୁ ମାଛ ସହିତ ଅନେକ ବିଷଧର ସାପ ପଡିଥିବାର ଦେଖିବାକୁ ମିଳିଛି । ଶେଷରେ ସ୍ନେକ କ୍ୟାଚର ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ସ୍ଥିତି କୁ ସମ୍ଭାଳି ଥିଲେ । ଆପଣ ବି ଜଦି ଏହି ବନ୍ୟା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ତେବେ ନିହାତି ଭାବେ ସତର୍କ ରୁହନ୍ତୁ । କାରଣ ବଢି ପାଣିରେ ଏସବୁ ଘଟଣା ଦେଖିବା କିଛି ଅସମ୍ଭବ କଥା ନୁହେଁ । ରାଜ୍ୟ ରେ ଏବେ ବର୍ଷା କମିଛି ସତ; କିନ୍ତୁ ବଢି ପାଣି କମିନି । ତଥାପି ଲୋକଙ୍କୁ ସଚେତନ କରି ସୁରକ୍ଷିତ ରହିବା ଉଚିତ । ନଚେତ ଟିକେ ଅନ୍ୟମନସ୍କରେ ଜୀବନ ମଧ୍ୟ ଚାଲିଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.