Below header

ରାଜସ୍ଥାନ ବାଡମେରରେ ଭୁଶୁଡିଲା ମଞ୍ଚ, ଟେଣ୍ଟ ତଳେ ଚାପି ହୋଇ ୧୪ ମୃତ ଓ ୨୪ ଆହତ

ରାଜସ୍ଥାନର ବାଡମେରରେ ରବିବାର ଦ୍ବିପ୍ରହର ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚ ଭୁଶୁଡି ଚାଲିଯାଇଛି ୧୪ ରୁ ଅଧିକ ଜୀବନ। ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ଏଭଳି ଏକ ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ରାମ କଥା ଶୁଣିବା ପାଇଁ ଶହ-ଶହ ଲୋକ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା,ପବନ କାରଣରୁ ହଠାତ୍ ହଠାତ୍ ମଞ୍ଚଟି ଭାଙ୍ଗି ପଡିଥିଲା। ଫଳରେ ଅନେକ ଲୋକ ଚାପି ହୋଇଗଲେ। ଶ୍ରଦ୍ଧାଳୁ ମାନଙ୍କ ଉପରେ ପେଣ୍ଡାଲ ପଡିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ଆସିଛି ।

tent ଗୁରୁତର ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ନାୟଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବିଦ୍ୟୁତ ସଂସ୍ପର୍ଶରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ସୂଚନା ରହିଛି।

କୁହାଯାଉଛି ଯେ ପବନର ବେଗ ଏତେ ଅଧିକ ଥିଲା ଯେ ସେଠାରେ ଥିବା ଶ୍ରଦ୍ଧାଳୁମାନେ କିଛି ଜାଣିବା ପୂର୍ବରୁ ଏହି ଭୟାନକ ଦୁର୍ଘଟଣାଟି ଘଟି ସାରିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.