ୱାଇଏସ୍‌ଆର କଂଗ୍ରେସର ଜିଦ୍, ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିଲେ ଗ୍ରହଣ କରିବ ନାହିଁ ଉପ ବାଚସ୍ପତି ପଦ

ହାଇଦ୍ରାବାଦ: ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାମାନ୍ୟତା ନ ମିଳିଲେ, ଲୋକସଭା ଉପ ବାଚସ୍ପତି ପଦ ଗ୍ରହଣ କରିବ ନାହିଁ ବୋଲି ୱାଇଏସ୍‌ଆର କଂଗ୍ରେସ ଏହା ସ୍ପଷ୍ଟ କରିଛି। ଲୋକସଭାରେ ୱାଇଏସ୍‌ଆର କଂଗ୍ରେସ ଚତୁର୍ଥ ସର୍ବ ବୃହତ୍ତ ଦଳ। ଦଳର ୨୨ ସାଂସଦ ଅଛନ୍ତି । ୱାଇଏସ୍‌ଆର କଂଗ୍ରେସକୁ ମୋଦି ସରକାର ବିଧିବଦ୍ଧ ଭାବେ ଉପବାଚସ୍ପତି ପଦ ଲାଗି କୌଣସି ପ୍ରସ୍ତାବ ଦେଇ ନାହାନ୍ତି, ତଥାପି ଚର୍ଚ୍ଚା ହେଉଥିଲା ବିଜେପି  ଏହି ପଦ ଲାଗି ୱାଇଏସ୍‌ଆର କଂଗ୍ରେସକୁ ଅନୁରୋଧ କରିଛି। କିଛି ଦିନ ତଳେ ଏ ପ୍ରସଙ୍ଗରେ ବିଜେପିର ଜିଭିଏଲ ନରସିଂହମ ରାଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ୱାଇଏସର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ଭେଟିଥିଲେ। ଆଜି କିନ୍ତୁ ଦଳ ସ୍ପଷ୍ଟ କରି ଦେଇଛି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ନିର୍ବାଚନରେ ଦଳ ପ୍ରମୁଖ ପ୍ରସଙ୍ଗ କରିଥିଲା। ତେଣୁ ମୋଦି ସରକାର ଏ ଦାବି ପୂରଣ ନକଲେ ଉପ ବାଚସ୍ପତି ପଦ ଗ୍ରହଣ କରିବ ନାହିଁ ୱାଇଏସ୍‌ଆର କଂଗ୍ରେସ । ଦଳ କହିଛି, ବିଜେପି ଓ କଂଗ୍ରେସଠାରୁ ସମଦୂରତାରେ ରହିବ କିନ୍ତୁ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦେଶର ସ୍ୱାର୍ଥ ପାଇଁ ଶାସକ ଦଳକୁ ସମର୍ଥନ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.