ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ କରିଛି ୩୦୮ ରନ୍‌

ଲଣ୍ଡନ୍‌ : ଲର୍ଡସରେ ଆଜି ଖେଳା ଯାଉଛି ଚଳିତ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ । ଏଥିରେ ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ଦେଇଛି ୩୦୯ ରନ୍‌ର ବିଜୟଲକ୍ଷ୍ୟ । ଶେଷ ୪ଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ପକ୍ଷରୁ ଆଜି ଅଧିକାଂଶ ବ୍ୟାଟ୍‌ସମ୍ୟାନ୍‌ ଭଲ ସ୍କୋର କରିଥିଲେ । ଦୁଇ ଓପ୍ନର ଫକର ଜମନ ଓ ଇମାମ୍‌ ଉଲ୍‌ ହକ୍‌ ୪୪ ରନ୍‌ ଲେଖାଏଁ କରିଥିଲେ । ପରେ ବାବର ଆଜମ ୬୯, ହାରିସ୍‌ ସୋହେଲ ମାତ୍ର ୫୯ ବଲ୍‌ରେ ୮୯ ରନ୍‌ କରିବା ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୩୦୮ ରନ୍‌ କରି ପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.