Below header

ସୁବର୍ଣ୍ଣପୁର: ଗୁଣିଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର

ସୁବର୍ଣ୍ଣପୁର: ସୁବଳୟା ଥାନା ଟେଭାପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହର ଜଣକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣରେ ଗାଁର ଦୋଳ ଗୋବିନ୍ଦ ମେହେର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁର ତିନିଜଣ ମହିଳା ଓ ଦୁଇଜଣ ପୁରୁଷ ସଂଘବଦ୍ଧ ଭାବେ ଦୋଳ ଗୋବିନ୍ଦଙ୍କୁ ଆକ୍ରମଣ କରିଥିବା ବେଳେ ଦୋଳ ଗୋବିନ୍ଦଙ୍କ ପରିବାର ଲୋକ ସମସ୍ତଙ୍କ ନାଁରେ ସୁବଳୟା ଥାନାରେ ଏତଲା ଦେଇଛନ୍ତି । ଏଥିସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.