ଏବେ ସୁନ୍ଦରଗଡ଼ ଛାତ୍ରଛାତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପଢ଼ିବେ ପାଠ

ସୁନ୍ଦରଗଡ଼ (କେନ୍ୟୁଜ୍) : ଆରମ୍ଭ ହୋଇଛି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶିକ୍ଷାଦାନ ତାଲିମ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭୦ଟି ବିଦ୍ୟାଳୟକୁ ଏଥିରେ ସାମିଲ୍ କରାଯାଇଛି। ମୁମ୍ବାଇର ଭେଲେଇବୁଲ ଗ୍ରୁପ୍ ସହାୟତାରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି। ଉପାନ୍ତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଆଗାମୀ ଦିନରେ ସରକାରଙ୍କ ସହାୟତାରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ । ଏହାଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି କହିଛନ୍ତି ତାଲିମ ନେବାକୁ ଆସିଥିବା ଶିକ୍ଷୟିତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.