ମହାରାଷ୍ଟ୍ର ଓ ହରିଆଣାର ବିଭିନ୍ନ ସ୍ଥାନରେ ମତଦାନ କରିଛନ୍ତି ବହୁ ରାଜନେତା ଓ ହେଭିୱେଟ୍

କେନ୍ୟୁଜ୍: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରାଜନେତା ଓ ହେଭିୱେଟମାନେ ଭୋଟ ଦେଇଛନ୍ତି। ଆରଏସଏସ ମୁଖ୍ଯ ମୋହନ ଭାଗବତ ନାଗପୁର ସେଣ୍ଟ୍ରାଲରେ ନିଜର ମତଦାନ କରିଛନ୍ତି। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ମତଦାନ କରିଛନ୍ତି। ବିଜେପି-ଶିବସେନା ମେଣ୍ଟ ୨୨୫ରୁ ଅଧିକ ଆସନରେ ବିଜୟ ଲାଭ କରିବ ବୋଲି କହିଛନ୍ତି ପୀୟୂଷ।
ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ତାଙ୍କ ପତ୍ନୀ କଞ୍ଚନ ନାଗପୁରରେ ମତଦାନ କରିଛନ୍ତି। ବାରାମତିରେ ଏନସିପି ନେତା ଅଜିତ ପାୱାର ଓ ସାଂସଦ ସୁପ୍ରିୟା ସୁଲେ ମତଦାନ କରିଛନ୍ତି। ସୋଲାପୁରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଧେ ମତଦାନ କରିଛନ୍ତି।
ସେହିପରି ହରିଆଣାର ହିସାରରେ ହରିଆଣା ପ୍ରଦେଶ କଂଗ୍ରେସ କମିଟି ସଭାପତି କୁମାରୀ ଶୈଳଜା ମତଦାନ କରିଛନ୍ତି। ବଲାଲିରେ ବବିତା ଫୋଗଟ ମତଦାନ କରିଛନ୍ତି। ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ଟିକ୍ଟକ ଷ୍ଟାର ସୋନାଲି ଫୋଗଟ ଆଦମପୁରରେ ମତଦାନ କରିଛନ୍ତି।