Below header

ଜାଣନ୍ତୁ କେବେ ଏବଂ କିପରି ସ୍ଥାପିତ ହୋଇଥିଲା ପ୍ରଥମ ଶିବଲିଙ୍ଗ

ସମସ୍ତ ଭଗବାନଙ୍କ ପୂଜା ପ୍ରତିମା ରୂପେ କରାଯାଇଥାଏ। କିନ୍ତୁ କେବଳ ଲିଙ୍ଗ ରୂପେ ଭଗବାନ ଶିବଙ୍କ ପୂଜା କରାଯାଇଥାଏ। ଶିବଲିଙ୍ଗ ପୂଜା କରିବାର ମହତ୍ୱ ଅନେକ ପୁରାଣ ଏବଂ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଶିବଲିଙ୍ଗ ପୂଜା କରିବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ କିଏ ଭଗବାନ ଶିବଙ୍କୁ ଲିଙ୍ଗ ରୂପେ ପୂଜା କରିଥିଲେ ଏବଂ କେଉଁ ପ୍ରକାର ଶିବଲିଙ୍ଗ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଏହି ସମ୍ବନ୍ଧିତ ଏକ ତଥ୍ୟ ଲିଙ୍ଗ ମହାପୁରାଣରେ ବର୍ଣ୍ଣନା କରାଯାଇଛି।

shivalingaଲିଙ୍ଗ ମହାପୁରାଣ ଅନୁଯାୟୀ ଥରେ ଭଗବାନ ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ବିବାଦ ହୋଇଥିଲା। ଉଭୟ ସ୍ୱୟଂ ନିଜକୁ ଶ୍ରେଷ୍ଠ କହିବା ପାଇଁ ନିଜ ନିଜ ଭିତରେ ଅପମାନ କରିବାକୁ ଲାଗିଥିଲେ। ଏହାପରେ ଯେତେବେଳେ ଭଗବାନଙ୍କ ମଧ୍ୟରେ ବିବାଦ ଅଧିକା ବଢିଯାଇଥିଲା ସେହି ସମୟରେ ଅଗ୍ନିର ଜ୍ୱାଳାରୁ ଏକ ଲିଙ୍ଗ ପ୍ରକଟ ହୋଇ ଉଭୟ ଭଗବାନଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ଏହାପରେ ଭଗବାନ ବ୍ରହ୍ମା ଏବଂ ବିଷ୍ଣୁ ଲିଙ୍ଗର ରହସ୍ୟ ବୁଝିପାରିନଥିଲେ। ସେହି ଅଗ୍ନିଯୁକ୍ତ ଲିଙ୍ଗର ପ୍ରମୁଖ ସ୍ରୋତ ବିଷୟରେ ଜାଣିବା ପାଇଁ ଭଗବାନ ବ୍ରହ୍ମା ସେହି ଲିଙ୍ଗର ଉପରକୁ ଏବଂ ଭଗବାନ ବିଷ୍ଣୁ ଲିଙ୍ଗର ତଳକୁ ଯିବା ଆରମ୍ଭ କରିଥିଲେ। ହଜାର ହଜାର ବର୍ଷ ଖୋଜିବା ପରେ ମଧ୍ୟ ଭଗବାନ ଏହାର ରହସ୍ୟ ଜାଣିପାରିନଥିଲେ। ଏହାପରେ ଭଗବାନ ପ୍ରକଟ ହେଇଥିବା ଲିଙ୍ଗ ପାଖକୁ ପୂନର୍ବାର ଫେରି ଆସିଥିଲେ।

siv ling

ଏହାସହ ପଢନ୍ତୁ: ଜାଣନ୍ତୁ କାର୍ତ୍ତିକ ମାସର କଣ ରହିଛି ମହତ୍ୱ, ଭଗବାନ ନାରାୟଣଙ୍କ ସହ କାର୍ତ୍ତିକେୟ ମଧ୍ୟ ପ୍ରାଣୀମାନଙ୍କର କରିଥାନ୍ତି…

ପୂନର୍ବାର ସେହି ସ୍ଥାନକୁ ଆସିବା ପରେ ଭଗବାନଙ୍କୁ ଓଁ ଉଚ୍ଚାରଣର ସ୍ୱର ଶୁଣିବାକୁ ମିଳିଥିଲା। ଏହି ଉଚ୍ଚାରଣ ଶୁଣିବା ପରେ ଦୁଇଜଣ ଦେବତା ଏହା କୌଣସି ଶକ୍ତି ବୁଝିପାରି ଆରାଧନା କରିବାକୁ ଲାଗିଥିଲେ। ଭଗବାନ ବ୍ରହ୍ମା ଏବଂ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ଖୁସି ହୋଇ ସେହି ଲିଙ୍ଗରୁ ଭଗବାନ ଶିବ ପ୍ରକଟ ହୋଇଥିଲେ ଏବଂ ଦୁଇଜଣ ଦେବତାଙ୍କୁ ସଦ୍ ବୁଦ୍ଧିର ବର ପ୍ରଦାନ କରିଥିଲେ। ଦେବତାଙ୍କୁ ବର ପ୍ରଦାନ କରିବା ପରେ ଭଗବାନ ଶିବ ସେଠାରୁ ଅର୍ନ୍ତଧ୍ୟାନ ହୋଇଯାଇ ସେଠାରେ ଏକ ଶିବଲିଙ୍ଗ ରୂପେ ସ୍ଥାପିତ ହୋଇଥିଲେ। ଲିଙ୍ଗ ମହାପୁରାଣ ଅନୁଯାୟୀ ସେହି ଶିବ ଲିଙ୍ଗକୁ ଭଗବାନଙ୍କ ପ୍ରଥମ ଶିବଲିଙ୍ଗ ବୋଲି ଉଲ୍ଲେଖ କରାଯାଇଛି। ଏହିକାରଣରୁ ପ୍ରାଚୀନ ଯୁଗରୁ ହିଁ ଭଗବାନ ଶିବଙ୍କୁ ଲିଙ୍ଗ ରୂପେ ପୂଜା କରିବାର ପରମ୍ପରା ରହି ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.