Below header

ସୁବର୍ଣ୍ଣପୁରରେ ଜନନୀ ଯନ୍ତ୍ରଣା, ରାସ୍ତା ଖରାପ ଯୋଗୁଁ ୨ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ୨ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଳା ପଞ୍ଚାୟତର ମଶାଣିପାଲି ଠାରୁ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଅଛି । ଫଳରେ ମସିଣାପାଲି ଗାଁର ଲଲିତା ଭୋଇ ନାମକ ଗର୍ଭବତୀ ମହିଳାଙ୍କ ପାଖକୁ ଆମ୍ବୁଲାନ୍ସ ଆସି ପାରିନଥିଲା । ଆଶା ଦିଦି ଗାଁ ଲୋକଙ୍କ ସହୟତାରେ ମହିଳାଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ଠେଙ୍ଗୋ ଡ୍ୟାମରେ ଅଟକି ଥିବା ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.