ନବରଙ୍ଗପୁର: ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର(କେନ୍ୟୁଜ୍): କୋକେଇ କାନ୍ଧେଇଲେ ବିଧାୟକ ମନୋହର ରନ୍ଧାରୀ। ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ କେନ୍ଦୁଗୁଡ଼ା ଗାଁରେ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ଘଟିଥିଲା। ଇନ୍ଦ୍ର ଅତ୍ୟନ୍ତ ଗରିବ ଥିବାରୁ ତାଙ୍କ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା ବିଧାୟକ ରନ୍ଧାରୀ କରିବା ସହ କୋକେଇ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ବିଭିନ୍ନ ସମୟରେ ନିଜର କାର୍ଯ୍ୟଧାରା ପାଇଁ ବେଶ ଚର୍ଚ୍ଚିତ ହୋଇଛନ୍ତି ଡାବୁଗାଁ ବିଧାୟକ। ଏହାସହ ମୃତକଙ୍କ ପରିବାରକୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ବିଧାୟକ ମନୋହର ରନ୍ଧାରୀ। ଭାଇଚାରା ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିବା କହିଛନ୍ତି। କେତେବେଳେ ସଫେଇ କର୍ମଚାରୀଙ୍କ ପାଦ ଧୋଇ ତ ଆଉ କେବେ କାଦୁଅ ରାସ୍ତାକୁ ମରାମତି କରିଛନ୍ତି। ଦୁଇଦିନ ତଳେ ମାନିଗାଁ ଆଶ୍ରମ ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ଖାଇବା ଦେବାରେ ଶିକ୍ଷକଙ୍କ ଅବହେଳା ନେଇ ଅଭିଯୋଗ କରିଥିଲେ। ପରେ ତିନି ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲାପାଳ।