ସୋସିଆଲ ମିଡିଆରେ ନିଜର ଥ୍ରୋବ୍ୟାକ୍ ଫଟୋ ସେୟାର କଲେ କରିସ୍ମା କପୁର

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କରିସ୍ମା କପୁର ଖାନଦାନ୍ ରେ ଅଭିନୟ କରିବାରେ ପ୍ରଥମ ମହିଳା ଥିଲେ। ଦର୍ଶକମାନେ ତାଙ୍କ ଆକ୍ଟିଙ୍ଗକୁ ଯେତିକି ପସନ୍ଦ କରୁଥିଲେ ସେତିକି ତାଙ୍କ ଲୁକ୍ସ୍ କୁ ମଧ୍ୟ ପସନ୍ଦ କରୁଥିଲେ। ଏଥିସହ କରିସ୍ମାଙ୍କ ବୟସ ବଢିବା ପରେ ମଧ୍ୟ ସେ ଖୁବ୍ ୟଙ୍ଗ୍ ନଜର ଆସିଥାନ୍ତି। ରିପୋର୍ଟ ଅନୁଯାୟୀ କରିସ୍ମା ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି, ଯାହା ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି।
କରିସ୍ମା କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଟପ୍ ଏବଂ ଜିନ୍ସ ପିନ୍ଧି ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋ ତାଙ୍କର ପୁରୁଣା ଫଟୋସୁଟ୍ ଭଳି ମଧ୍ୟ ଦେଖାଯାଉଛି। କରିସ୍ମାଙ୍କର ଏହି ୟଙ୍ଗ୍ ଫଟୋରେ ବୋଲ୍ଡ ଲୁକ୍ ନଜର ଆସୁଛି। କରିସ୍ମା ଏହି ଫଟୋ ସ୍ରୋର କରି କ୍ୟାପସନରେ ଲେଖିଛନ୍ତି- କଣ ସତରେ ମୁଁ ଏପରି ଥିଲି। ଏହି ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲାଇକ୍ ଏବଂ କମେଣ୍ଟ ମଧ୍ୟ ମିଳିଛି। ଏହି ଫଟୋରେ ଲୋକମାନେ ଏହା ମଧ୍ୟ ଲେଖିଛନ୍ତି, ୯୦ ଦଶକର ହିରୋଇନ୍ ସେହି ସମୟରେ ଯେପରି ଥିଲେ ଏବେ ମଧ୍ୟ ସେଭଳି ଅଛନ୍ତି। କୌଣସି ପରିବର୍ତ୍ତନ ହୋଇନାହିଁ।
ଏହାସହ ପଢନ୍ତୁ: ବିବାହ ବାର୍ଷିକରେ ସ୍ୱାମୀଙ୍କୁ କିସ୍ କରି ସୋସିଆଲ ମିଡିଆରେ ଫଟୋ ଛାଡିଲେ ମାଧୁରୀ ଦୀକ୍ଷିତ
ରିପୋର୍ଟ ଅନୁଯାୟୀ ଅନେକ ଦିନ ହେବ କରିସ୍ମା କପୁର ଫିଲ୍ମ ଠାରୁ ଦୂରରେ ରହିଛନ୍ତି, କିନ୍ତୁ ୨୦୧୯ରେ ବାଲାଜୀ ବ୍ୟାନର୍ରେ ପ୍ରସ୍ତୁତ ୱେବ ସିରିଜ୍ ମେଣ୍ଟାଲହୁଡ୍ ରେ ନଜର ଆସିବେ।