ବରପାଲି ଆଗଲପୁର ବୁଥ୍‌ରେ ଭୋଟ ଦେଲେ ୧୦୦ ବର୍ଷର ବୃଦ୍ଧା, ହ୍ଵିଲ୍ ଚେୟାରରେ ଆସି କଲେ ମତ ସାବ୍ୟସ୍ତ

ବରପାଲି(କେନ୍ୟୁଜ୍): ବରପାଲି ବ୍ଲକ ଆଗଲପୁର ବୁଥ୍‌ରେ ଭୋଟ ଦେଇଛନ୍ତି ୧୦୦ବର୍ଷ ବୟସ୍କ ବୃଦ୍ଧା । ତାଙ୍କ ନାଁ ଲୋଚନା ନାୟକ। ତାଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗାଡିରେ ଘରୁ ବୁଥ୍‌କୁ ଅଣାଯାଇଥିଲା। ସେଠାରୁ ହ୍ଵିଲ୍ ଚେୟାରରେ ଆସି ସେ ନିଜର ମତ ସାବ୍ୟସ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.