ଭାରତୀୟ ସିନେମା ଦେଖିବାକୁ ଏହି ଦେଶର ଲୋକେ ପାଗଳ, ଏଠିକାର ସ୍କୁଲରେ ମଧ୍ୟ ହିନ୍ଦୀ ଭାଷାରେ ପଢାଯାଉଛି ପାଠ

ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ଅଦ୍ଭୁତ ଆଇନ ସବୁ ରହିଛି। ଏମିତି ଏକ ଦେଶ ରହିଛି ତୁର୍କମେନିସ୍ତାନ, ଯେଉଁଠାରେ ଅନେକ ଜିନିଷରେ ପ୍ରତିବନ୍ଧକ ଲାଗିଛି। ଏଠାରେ ଫଟୋଗ୍ରାଫି କରିବା ମନା। ଏହାଛଡା ଏହି ଦେଶରେ ନାଗରିକମାନଙ୍କୁ କଥା କହିବାର ଅଧିକାର ମଧ୍ୟ ନାହିଁ। ଭାରତୀୟ ସିନେମାର କ୍ରେଜ ସବୁଆଡେ ରହିଛି। ଖାସ୍‌ ଏଥିପାଇଁ ଏଠିକାର ଲୋକ ଭାରତୀୟ ସିନେମାର ସୌକିନ ଅଟନ୍ତି। ସ୍ଥାନୀୟ ଲୋକ ଭାରତୀୟ ଫିଲ୍ମ ଦେଖିବା ସହ ଗୀତ ମଧ୍ୟ ଗାଇଥାନ୍ତି।

turkmenistan

ଏହି ଦେଶକୁ ୮୦ ପ୍ରତିଶତ ଅଂଶ କରାକୁମ କଳା ବାଲି ମରୁଭୂମି ଘେରି ରହିଛି। ଏହି କଳା ବାଲି ମରୁଭୂମିରେ ମାତ୍ର ୦.୧୨ ମିମିର ବର୍ଷା ହୋଇଥାଏ। ତୁର୍କମୋନିସ୍ତାନକୁ ତୁର୍କମୋନିୟା ନାମରେ ଜଣାଶୁଣା। ୧୯୯୧ ପର୍ଯ୍ୟନ୍ତ ସୋଭିଏତ ସଂଘର ଅଂଶ ରହିଥିଲା। କିନ୍ତୁ ୨୭ ଅକ୍ଟୋବର, ୧୯୯୧ରେ ଏହା ସୋଭିଏତ ସଂଘରୁ ଅଲଗା ହୋଇ ଏକ ନୂଆ ରାଷ୍ଟ୍ର ରୂପେ ପରିଣତ ହେଲା। ଏହି ଦେଶର ଦକ୍ଷିଣ ପୂର୍ବରେ ଆଫଗାନିସ୍ତାନ, ଦକ୍ଷିଣ ପଶ୍ଚିମରେ ଇରାନ, ଉତ୍ତର ପୂର୍ବରେ ଉଜବେକିସ୍ତାନ, ଉତ୍ତର ପଶ୍ଚିମରେ କଜାକିସ୍ତାନ ଏବଂ ପଶ୍ଚିମରେ କାସ୍ପିଆନ ସାଗର ରହିଛି।

32

ଏହି ଦେଶର ପ୍ରଥମ ରାଷ୍ଟ୍ରପତି ସପରମାରୁତ ନିୟାଜୋବ ରହିଥିଲେ। ଏଠିକାର ୫୬ ଲକ୍ଷ ଲୋକ ରହିଥିବା ବେଳେ ଏଠିକାର ଲୋକଙ୍କ ମୁଖ୍ୟ ପେଶା କୃଷି ଓ ପଶୁପାଳନ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଠିକାର ଲୋକ ଭାରତୀୟ ଫିଲ୍ମ ଦେଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ସ୍ଥାନୀୟ ଲୋକ ହିନ୍ଦୀ ଫିଲ୍ମର ଗୀତ ଗାଇଥାନ୍ତି। ଏଠିକାର ସ୍କୁଲରେ ପିଲାମାନଙ୍କୁ ହିନ୍ଦୀରେ ପାଠ ପଢାଯାଏ।