Below header

ଆଜିଠାରୁ ଆରମ୍ଭ ହେବ ଆମାଜନର ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ଦିଓ୍ଵାଲୀ ସ୍ପେଶାଲ୍‌ ଅଫର୍‌

ଆମାଜନ ଇଣ୍ଡିଆ ନିଜ ପ୍ଲାଟଫର୍ମରେ ପୁଣି ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭଲ-ଦିୱାଲୀ ସ୍ପେଶାଲ୍ (Amazon Great Indian festival diwali special sale) ସେଲର ଆୟୋଜନ କରିବାକୁ ଯାଉଛି । ଚଳିତ ବର୍ଷ ଏହା ତୃତୀୟ ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭଲ୍ ସେଲ୍ ଯେଉଁଥିରେ ସ୍ମାର୍ଟଫୋନ୍, ଲାପଟପ୍, କ୍ୟାମେରା, ବଡ ଡିଭାଇସ୍, କିଚେନ୍ ପ୍ରଡକ୍ଟ ସହିତ ଅନେଜ ସାମଗ୍ରୀ ଉପରେ ମଧ୍ୟ ଅଫର୍ସ ଓ ଦମଦାର୍ ଡିଲ୍ସ ପ୍ରଦାନ କରାଯିବ । ଏହି ସ୍ପେଶାଲ୍ ସେଲର ଆରମ୍ଭ ଆଜି ଠାରୁ ଆରମ୍ଭ ହୋଇଛି। ଏହି ସେଲ୍ ର ଅଫର୍ ଆସନ୍ତା ୨୫ ଅକ୍ଟୋବର ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ ।

amazon

ଏହାସହ ପଢନ୍ତୁ: Asus ଭାରତରେ ଲଞ୍ଚ କରିଛି ଡବଲ ସ୍କ୍ରୀନର ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

କମ୍ପାନୀର ଏକ ବୟାନରେ କୁହାଯାଇଛି ଯେ ଏହି ସେଲ ସମୟରେ ୟୁଜର୍ସ, ଆପଲ, ସାଓମି, ଓ୍ଵାନପ୍ଲସ୍, ସାମସଙ୍ଗ, ଭିଭୋ, ଅନର ଭଳି ବ୍ରାଣ୍ଡସ୍‌ ଉପରେ ଡିଲ୍ସର ଫାଇଦା ଉଠାଇପାରିବେ । ସେଲରେ ଓ୍ଵାନପ୍ଲସ୍ ୭ଟି, ସାମସଙ୍ଗ ଏମ୩୦ ଓ ଭିଭୋ ୟୁ୧୦ ଉପରେ ଅଫର ଦିଆଯିବ।ଡିଭାଇସେଜ୍ ଓ ଟିଭି ଉପରେ ନ-କଷ୍ଟ ଇଏମଆଇ, ଏକ୍ସଚେଞ୍ଜ ଅଫର ଓ ଫ୍ରି ଇଷ୍ଟେଲେସନ୍ ସହିତ ଡେଲିଭରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ । ଗ୍ରାହକଙ୍କୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ, ବଜାଜ ଫିନସର୍ଭ କାର୍ଡ ଉପରେ ନୋ-କଷ୍ଟ ଇଏମଆଇରେ ଅନେକ ଅଫର ମିଳିବ । ଏହା ବ୍ୟତୀତ ଆମାଜନ ଚବଚ୍ଚ ଓ ICICI କ୍ରେଡିଟ୍ କାର୍ଡ ଉପରେ ରିଓ୍ଵାର୍ଡ ପଏଣ୍ଟସ୍‌ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.