ଇନ୍ଦୋର ବିଜୟ ନଗରର ଗୋଲଡେନ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଭୋପାଲ୍: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଜୟ ନଗରର ଗୋଲଡେନ ହୋଟେଲରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେବେ କୌଣସି ପ୍ରାଣହାନୀ କିମ୍ୱା ଆହତର ଖବର ନଥିବା ସୂଚନା ରହିଛି। ହେଲେ ହୋଟେଲଟି ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।