Below header

ହାଇକୋର୍ଟର ଫୁଲ୍ ବେଞ୍ଚରେ ଅଦାଲତ ଅବମାନନା ମାମଲା, ନଭେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ(କେନ୍ୟୁଜ୍): ହାଇକୋର୍ଟର ଫୁଲ୍ ବେଞ୍ଚରେ ଅଦାଲତ ଅବମାନନା ମାମଲା। ନଭେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶୁଣାଣିବେଳେ ଜବାବ ଦାଖଲ ପାଇଁ  ୪ ସପ୍ତାହ ସମୟ ମାଗିଲେ ବାର ଆସୋସିଏସନ।  ଫୁଲବେଞ୍ଚ ୧୫ ଦିନର ସମୟ ଦେଇଛନ୍ତି। ନଭେମ୍ବର ୪ରେ ଫୁଲବେଞ୍ଚରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଶତାଧିକ ଆଇନଜୀବୀ ଏଥିରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲେ । ଓଡିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଗତ ୧୫ ତାରିଖରେ ୧୪ ଜଣିଆ ବେଞ୍ଚ ବସି ବାର ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ। ୧୪ ଜଣିଆ ଖଣ୍ଡପୀଠ ୬୮ଟି ବାର ଆସୋସିଏସନ ସମେତ ବାର କାଉନସିଲ ଅଫ ଇଣ୍ଡିଆ, ରାଜ୍ୟ ଆଇନଜୀବୀ ପରିଷଦ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଗୃହ ସଚିବଙ୍କୁ ନୋଟିସ ଜାରି କରିଥିଲେ। ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପଟେ ବାର ଆସୋସିଏସନଗୁଡିକ ପକ୍ଷରୁ ବରିଷ୍ଠ ଆଇନଜୀବୀମାନେ ହାଜର ହୋଇ ପକ୍ଷ ରଖିବେ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି କହିଛନ୍ତି। ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଡକାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ସେହିପରି ୨୨ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.