Below header

ଅଜବ୍‌ ଘଟଣା : ଫୋନ୍‌ରେ ହୋଇଥିଲା ବାହାଘର, ହ୍ଵାଟ୍‌ସଆପ୍‌ରେ ହେଲା ତଲାକ୍‌; ପତ୍ନୀ ହେଲେ ଗିରଫ

ହାଇଦ୍ରାବାଦ : ହ୍ଵାଟ୍‌ସଆପ୍‌ରେ ସ୍ୱାମୀ ଦେଲେ ତଲାକ୍‌ । ଆଉ ଯେତେବେଳେ ମହିଳା ଜଣକ ସ୍ୱାମୀର ଏଭଳି ଛାଡ଼ପତ୍ର କଥା ଜାଣି ତାଙ୍କୁ ଭେଟିବା ପାଇଁ ଆମେରିକା ଗଲେ ବିମାନ ବନ୍ଦରରେ ତାଙ୍କୁ ଗିରଫ କରାଗଲା । ଏମିତି ଘଟଣା ଘଟିଛି ହାଇଦ୍ରାବାଦର ଜଣେ ମହିଳାଙ୍କ ସହ ।
ହାଇଦ୍ରାବାଦର ୨୨ ବର୍ଷ ବୟସ୍କା ମହିଳା ଫରହା ଫାତିମା । ୨୦୧୬ ମାର୍ଚ୍ଚ ୩ ତାରିଖରେ ବାହା ହୋଇଥିଲେ ମୀର ଆଲମ ମଣ୍ଡିର ୟାସିର ସିଦ୍ଦିକିଙ୍କୁ । ୟାସିର କିନ୍ତୁ ଆମେରିକାରେ ରହୁଥିଲେ । ଅବଶ୍ୟ ସୂଚନା ଅନୁଯାୟୀ ବାହାଘର ଫୋନ୍‌ ମାଧ୍ୟମରେ ହୋଇଥିଲା । ଏ କଥା ସେମାନଙ୍କ ବିବାହ କାଗଜପତ୍ରରେ ମଧ୍ୟ ଉଲ୍ଲେଖ ହୋଇଛି । ତେଲେଙ୍ଗାନା ରାଜ୍ୟ ଓ୍ଵାକଫ୍‌ ବୋର୍ଡ଼ ଏହି ବିବାହ ପ୍ରମାଣପତ୍ର ଦେଇଛନ୍ତି ।
ବିବାହ ପରେ ଫାତିମା ଦୁଇଥର ସ୍ୱାମୀଙ୍କ ପାଖକୁ ଆମେରିକା ମଧ୍ୟ ଯାଇଛନ୍ତି । ହେଲେ ନିକଟରେ ଅଚାନକ ଦିନେ ହ୍ଵାଟ୍‌ସଆପ୍‌ରେ ୟାସିର ଲେଖିଲେ ତିନ୍‌ ତଲାକ୍‌ । ଏହାକୁ ଦେଖି ଫାତିମାଙ୍କ ହୋସ୍‌ ଉଡ଼ିଗଲା । ସେ ତୁରନ୍ତ ଆମେରିକା ବାହାରିଲେ । ହେଲେ ଗତ ଫେବ୍ରୁଆରୀ ୧୨ ତାରିଖ ଦିନ ଯେତେବେଳେ ସାନଫ୍ରାନ୍ସିସ୍କୋ ବିମାନ ବନ୍ଦରରେ ପହଞ୍ଚିଲେ, ତାଙ୍କୁ ଇମିଗ୍ରେସନ୍‌ ଅଧିକାରୀ ଗିରଫ କରି ନେଲେ । କାରଣ ଏଇଆ ଥିଲା ଯେ ଫତିମାଙ୍କ ପାଖରେ ଯେଉଁ ପରିଚୟପତ୍ର ଓ ଡକୁମେଣ୍ଟ ଥିଲା ସେ ସବୁ ୟାସିର ସିଦ୍ଦିକିଙ୍କ ପତ୍ନୀ ହିସାବରେ ଥିଲା ।

TALAQ-1

ତେବେ ତଲାକ୍‌ ପରେ ତାଙ୍କର ଏହି ସବୁ ଡକୁମେଣ୍ଟ ଜାଲ୍‌ ବୋଲି ଧରା ଗଲା । ତେଣୁ ଇମିଗ୍ରେସନ୍‌ ଅଧିକାରୀମାନେ ଫାତିମାଙ୍କୁ ଗିରଫ କରି ୨୪ ଦିନ ସେଠାରେ ରଖିଲେ । ଗତ ମାର୍ଚ୍ଚ ୯ ତାରିଖ ଦିନ ଭାରତ ଫେରିବା ପରେ ଫାତିମା ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି । ଏମିତିକି ଭାରତ ଫେରିବା ପାଇଁ ତାଙ୍କୁ ବିମାନରେ ଆଣି ବସାଇବା ବେଳେ ଆମେରିକାର ଅଧିକାରୀମାନେ ତାଙ୍କୁ ହାତ ଓ ଗୋଡ଼ରେ କଡ଼ା ପିନ୍ଧାଇ ଜଣେ ମାରାତ୍ମକ କଏଦୀ ଭାବେ ଆଣିଥିଲେ ବୋଲି ଫାତିମା କହିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଜଣେ ମହିଳା ସହିତ ସମ୍ପର୍କ କାରଣରୁ ସ୍ୱାମୀ ତାଙ୍କୁ ତଲାକ୍‌ ଦେଇଥିବା ସେ କହିଛନ୍ତି ।
ଏବେ ଫାତିମା ସ୍ୱାମୀ ବିରୁଦ୍ଧରେ ପୋଲିସ୍‌ରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି କି ସ୍ୱାମୀ ୟାସିର ମଧ୍ୟ ହ୍ଵାଟସ୍‌ଆପ୍‌ ମେସେଜ୍‌ରେ ତୁମେ କେସ୍‌ କରି ପାର ବୋଲି ମଧ୍ୟ ଲେଖିଛନ୍ତି ।
କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିବା ପରେ ଭାରତରେ ତିନ୍‌ ତଲାକ୍‌ ବେଆଇନ୍‌ ଘୋଷଣା କରାଯାଇଛି । ଏଭଳି ଭାବେ ଯିଏ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବ ତାକୁ ତିନି ବର୍ଷ ଯାଏ ଜେଲ୍‌ ଦଣ୍ଡାଦେଶ ହୋଇ ପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.