Below header

ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ, ଉପରେ ଚାଲିଗଲା ଦୁଇଟି ବଗି . . ହେଲେ ତାପରେ କଣ ହେଲା ଜାଣନ୍ତି ?

ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ । ଘଟଣାଟି ଘଟିଛି ଦିଲ୍ଲୀର ଦ୍ବାରକା ମୋଡ ମେଟ୍ରୋ ଷ୍ଟେସନରେ । ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟା ଚେତନା ମିଶ୍ର ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ଯାଉଥିବା ସମୟରେ ଚେତନାଙ୍କର ୨ ହଜାର ଟଙ୍କିଆ ନୋଟ୍ ଟ୍ରାକରେ ପଡିଯାଇଥିଲା । ଯାହାକୁ ଉଠାଇବା ପାଇଁ ଟ୍ରାକ୍ ଉପରକୁ ଡେଇଁ ପଡିଥିଲେ ଚେତନା । ଏହି ସମୟରେ ସାମ୍ନାକୁ ଟ୍ରେନ ଆସୁଥିବାର ଦେଖି ନିଜକୁ ବଞ୍ଚାଇବା ଲାଗି ଦୁଇ ଟ୍ରାକ୍ ମଝିରେ ଶୋଇ ପଡ଼ିଥିଲେ । ଏବଂ ତାଙ୍କ ଉପରେ ଟ୍ରେନର ଦୁଇଟି ବଗି ଅତିକ୍ରମ କରି ଚାଲିଯାଇଥିଲା ।

ଲୋକେ ଚିତ୍କାର କରିବାରୁ ଡ୍ରାଇଭର୍ ଟ୍ରେନ୍ ଅଟକାଇଥିଲେ। ସିଆଇଏସଏଫ୍ ସିଫ୍ଟ ଇନ୍-ଚାର୍ଜ ଏବଂ ଷ୍ଟେସନ୍ କଣ୍ଟ୍ରୋଲର୍ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ଟ୍ରେନ୍ ଅଟକି ଯିବାରୁ ମହିଳାଜଣକ ନିରାପଦରେ ବାହାରି ଆସିଥିଲେ। ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାଥିରେ ଯିବାକୁ ଅନୁମତି ମିଳିଥିଲା ବୋଲି କହିଛନ୍ତି। ସିଆଇଏସଏଫ୍ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.