Below header

ବ୍ଲାକଲିଷ୍ଟ ହେବ ମସୁଦ ଅଜହର ! ଏଥର ଆଉ ଖସି ଯିବାର ବାଟ ନାହିଁ

ନୂଆଦିଲ୍ଲୀ: ଜୈସ–ଇ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁ୍ଖ୍ୟ ମସୁଦ ଅଜହରକୁ ବିଶ୍ ସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ଓ ତା ଉପରେ କଟକଣା ଜାରି କରିବା ନେଇ ବୁଧବାର ଦିନ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଦେଇଛି ଆମେରିକା । ଏହା ପୂର୍ବରୁ ଆମେରିକା, ଫ୍ରାନ୍ସ, ଜର୍ମାନୀ ଆଦି ମିଳିତ ଭାବେ ମସୁଦ ଅଜହର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଚୀନ୍‌ ଏହା ଉପରେ ରୋକ୍‌ ଲଗାଇବାରେ ସମର୍ଥ ହୋଇଥିଲା । ଏହା ପରେ ଅଜହରକୁ ବ୍ଲାକଲିଷ୍ଟ କରିବା ପାଇଁ ଆମେରିକା ସିଧାସଳଖ ସୁରକ୍ଷା ପରିଷଦରେ ପ୍ରସ୍ତବା ଆଣିବା ପାଇଁ ନିଷ୍ପତ୍ତି ନେଇଥିଲା । ଆମେରିକାର ଏହି ପଦକ୍ଷେପରେ ଫ୍ରାନ୍ସ ଓ ବ୍ରିଟେନ ସମର୍ଥନ କରିଛନ୍ତି ।

ଏହି ମାସରେ ଅଜହରକୁ ଅଲକାଏଦା ଓ ଇସଲାମିକ ଷ୍ଟେଟର ଅତଙ୍କୀ ସଙ୍ଗଠନ ପ୍ରତିବନ୍ଧକ ସୂଚୀରେ ସାମିଲ କରିବା ପାଇଁ ଆମେରିକା ଦାବି କରିଥିଲା । ଯଦି ଜାତିସଂଘ ସୁରକ୍ଷା ପରିଷଦ ତରଫରୁ କଟକଣା ଲଗାଯାଏ ତେବେ ମସୁଦ ଅଜହର ବିଦେଶ ଯାତ୍ରା କରି ପାରିବ ନାହିଁ । ତା ସମ୍ପତ୍ତିକୁ ଜବତ କରାଯାଇପାରିବ ବୋଲି ଆମେରିକା କହିଛି । ତେବେ ଏହି ପ୍ରସ୍ତାବ ଉପରେ କେବେ ଭୋଟିଂ ହେବ ତାହା ଜଣା ପଡିନାହିଁ ।

କିନ୍ତୁ ପୂର୍ବଥର ଭଳି ଚୀନ୍ ଏଥର ବି ଏହି ପ୍ରସ୍ତାବର ବିରୋଧରେ ଯିବ ବୋଲି ଜଣା ପଡିଛି । ବ୍ରିଟେନ, ଆମେରିକା, ଫ୍ରାନ୍ସ ଓ ରୁଷ୍‌ ସହିତ ଚୀନ୍‌ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ସାମିଲ ହୋଇଛନ୍ତି । ଯାହାଙ୍କ ପାଖରେ ଭୋଟ୍‌ ଦେବାର ଅଧିକାର ଅଛି ।
ମସୁଦ ଅଜହରକୁ ବ୍ଲାକଲିଷ୍ଟ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ସମିତିରେ ୪ଥର ପ୍ରୟାସ କରାଯାଇ ସାରିଛି । ଚୀନ୍‌ ଏହି ପ୍ରଚେଷ୍ଟାକୁ ୩ଥର ବ୍ଳକ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.