ନବୀନ ନିବାସରେ ଆଜି ବି ଗହଳିଚହଳି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବଳକା ଆସନ ପାଇଁ କସରତ ଜାରି

ଭୁବନେଶ୍ବର : ଆଜି ବି ନବୀନ ନିବାସରେ ଗହଳିଚହଳି । ନେତା, କର୍ମୀ ଓ ଆଶାୟୀଙ୍କ ଭିଡ଼ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାକି ଆସନ ଲାଗି ଟିକେଟ କସରତ ଚାଲିଛି । କାହାକୁ ଟିକେଟ ଦିଆଯିବ, କାହାର ଟିକେଟ କଟିବ, ଅସନ୍ତୁଷ୍ଟଙ୍କୁ କିପରି ମନାଯିବ ସେନେଇ ବିଜେଡି ସୁପ୍ରିମୋ ବିଚାରବିମର୍ଶ କରୁଛନ୍ତି । ଏଯାଏଁ ବିଜେଡି ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ତିନୋଟି ଆସନ ବାକି ରହିଛି । କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି ୯୯ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିସାରିଛି । ଆଉ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି । ଆଶାୟୀ ଓ ସେମାନଙ୍କ ସମର୍ଥକମାନ ଆସି ନବୀନ ନିବାସରେ ଡେରା ପକାଇଛନ୍ତି । ଟିକେଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି। ସେହିପରି ଦଳୀୟ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଟିକେଟ ନେଉଛନ୍ତି । ଏଥିପାଇଁ ନବୀନ ନିବାସରେ ଭିଡ଼ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.