ଦିଲ୍ଲୀ ଗାନ୍ଧି ନଗର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ୨୧ଟି ଦମକଳ ଗାଡି ନିୟୋଜିତ

ଦିଲ୍ଲୀର ଗାନ୍ଧି ନଗର ମାର୍କେଟ ସ୍ଥିତି ଏକ ପ୍ଲାଏବୋର୍ଡ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ୨୧ଟି ଦମକଳ ଗାଡି ନିୟୋଜିତ ହୋଇଛି । ମାର୍କେଟ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହେଉଛି ।

ଦିଲ୍ଲୀ ଗାନ୍ଧି ନଗର ମାର୍କେଟରେ ଥିବା ପ୍ଲାଏବୋର୍ଡ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ୨୧ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଏପର୍ଯ୍ୟନ୍ତ କୌଣସି ହତାହତ ଖବର ମିଳିନାହିଁ । ତେବେ ନିଆଁ କେମିତି ଲାଗିଲା ତା’ ମଧ୍ୟ ଏଯାଏଁ ଜଣାପଡିନାହିଁ ।

ଖବର ମୁତାବକ, ଦିଲ୍ଲୀ ଗାନ୍ଧି ନଗର ମାର୍କେଟରେ ଥିବା ଏକ ପ୍ଲାଏ ଦୋକାନରେ ନିଆଁ ଲାଗିଥିଲା । ଦିଲ୍ଲୀର ଦମକଳ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛନ୍ତି । ୨୧ଟି ଗାଡି ଘଟଣା ସ୍ଥଳରେ ରହିଛି । ଅଗ୍ନିଶମ ଅଧିକାରୀ ରାଜେନ୍ଦ୍ର କହିଛନ୍ତି, ନିଆଁ ପ୍ରଥମେ ଏକ ପ୍ଲାଏବୋର୍ଡ ଦୋକାନରେ ଲାଗିଥିଲା । ସେଠାରୁ ଅନ୍ୟଆଡେ ବ୍ୟାପିଥିଲା । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନି । ତେବେ ବୁଧବାର ଭୋର ସମୟ ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ମାର୍କେଟଟି ଜନଗହଳିପୂର୍ଣ୍ଣ ହୋଇଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହେଉଛି । ନିଆଁକୁ ଶୀଘ୍ର ଆୟତ୍ତ କରାନଗଲେ, ଚାରିଆଡେ ବ୍ୟାପିବାର ଭୟ ରହିଛି । ମାର୍କେଟରେ ଥିବା ଅନ୍ୟ ଦୋକାନ ପ୍ରତି ବିପଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.