୧୨ଶ ପାସ୍‌ କରିଥିଲେ, ଷ୍ଟେନୋଗ୍ରାଫର ପଦବୀ ପାଇଁ କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ(SSC) ରେ ଷ୍ଟେନୋଗ୍ରାଫର ଗ୍ରେଡ ସି ଏବଂ ଡି ତୁରନ୍ତ କରନ୍ତୁ ଆବେଦନ । ୧୨ଶ କିମ୍ବା ଗ୍ରାଜୁଏସନ ପାସ୍‌ କରିଥିଲେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୩ ଅଗଷ୍ଟ ରହିଛି ।

କର୍ମଚାରୀ ଚୟନ ଆୟୋଗ(SSC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଷ୍ଟେନୋଗ୍ରାଫର ଗ୍ରେଡ ସି ଏବଂ ଡି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଏସଏସିର ଅଫିସିଆଲ ୱେବସାଇଟ୍‌  ssc.nic.in କୁ ଯାଇ ଦେଖିପାରିବେ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ:

ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୨୩ ଅଗଷ୍ଟ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୧୦୦ ଟଙ୍କା ବୋକୁ ହେବ । କେବଳ ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ଦରମା ୪୦,୦୦୦ ଟଙ୍କା ମିଳିବ ।

ନିଯୁକ୍ତି : ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେବ । ଭାରତ ସରକାରଙ୍କ ଅନେକ ବିଭାଗ/ମନ୍ତ୍ରଣାଳୟ/ ସଂଗଠନରେ ଗ୍ରୁପ ସି ଏବଂ ଡି ପଦବୀରେ ହେବ ।

ଏମିତି କରନ୍ତୁ ଆବେଦନ :

ପ୍ରଥମେ ssc.nic.in କୁ ଯାଆନ୍ତୁ ।
ହୋମପେଜରେ ପ୍ରଥମେ ଲଗଇନ କରି ରେଜିଷ୍ଟ୍ରର କରନ୍ତୁ ।
ତା’ ପରେ ନୂଆ ରେଜିଷ୍ଟ୍ରେସନ ନଂ ଏବଂ ପାସଓ୍ଵାର୍ଡ ଦେଇ ଲଗଇନ କରନ୍ତୁ ।
ଏହାପରେ ନୂଆ ଓ୍ଵିଣ୍ଡୋରେ ଷ୍ଟେନୋଗ୍ରାଫର ଗ୍ରେଡ ସି ଏବଂ ଡି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଆବେଦନ ପତ୍ର ଭରନ୍ତୁ । ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ssc.nic.in/SSCFileServer/PortalManagement/UploadedFiles/Final_Notice-Steno-2023_02082023.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.