୨୫ ବର୍ଷ ପରେ କରନ ଜୋହରଙ୍କ ଫିଲ୍ମରେ ନଜର ଆସିବେ ଭାଇଜାନ୍‌

ଆଗାମୀ ଫିଲ୍ମ ପାଇଁ ୨୫ ବର୍ଷ ପରେ ପୁଣି କରନ ଜୋହରଙ୍କ ସହ ହାତ ମିଶାଇଛନ୍ତି ସଲମାନ । ୨୫ ବର୍ଷ ପୂର୍ବରୁ ୧୯୯୮ରେ କରନ ଜୋହର ପ୍ରଡ୍ୟୁସ୍‌ କରିଥିବା ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ ରେ ଶାହରୁଖ ଖାନ, କାଜୋଲ ଓ ରାନୀ ମୁଖାର୍ଜୀଙ୍କ ସହ ସଲମାନ ଖାନ୍‌ ନଜର ଆସିଥିଲେ ।

ବଲିଉଡ ଫିଲ୍ମ ମେକର କରନ ଜୋହର ଓ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନଙ୍କ ଏକ ଅପକମିଂ ଫିଲ୍ମକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଯେଉଁ ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌ ନଜର ଆସିବେ । ଏହି ଫିଲ୍ମ ପାଇଁ ୨୫ ବର୍ଷ ପରେ ପୁଣି କରନ ଜୋହରଙ୍କ ସହ ହାତ ମିଶାଇଛନ୍ତି ସଲମାନଙ୍କ ସହ । ୨୫ ବର୍ଷ ପୂର୍ବରୁ ୧୯୯୮ରେ କରନ ଜୋହର ପ୍ରଡ୍ୟୁସ୍‌ କରିଥିବା ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ ରେ ଶାହରୁଖ ଖାନ, କାଜୋଲ ଓ ରାନୀ ମୁଖାର୍ଜୀଙ୍କ ସହ ସଲମାନ ଖାନ୍‌ ନଜର ଆସିଥିଲେ ।

ରିପୋର୍ଟ ମୁତାବକ, ସଲମାନ ଖାନ୍‌, କରନ ଜୋହର ଓ ବିଷ୍ଣୁ ବର୍ଦ୍ଧନଙ୍କ ମଧ୍ୟରେ ୬ ମାସ ହେବ ଏହି ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଛି । ସଲମାନଙ୍କ ‘ଟାଇଗର ୩’ ଫିଲ୍ମ ରିଲିଜ୍‌ ହେବା ପରେ ଏହି ଫିଲ୍ମର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ । ଫିଲ୍ମଟିର ସୁଟିଂ ୭ ରୁ ୮ ମାସ ପର୍ଯ୍ୟନ୍ତ ଚାଲିବ । ତେବେ ସୂଚନା ଅନୁସାରେ, ଚଳିତ ମାସରୁ ଫିଲ୍ମର ପ୍ରି-ପ୍ରଡକ୍ସନ୍‌ ଆରମ୍ଭ ହେବ ।

khan

 

ଏପଟେ ଏହି ଫିଲ୍ମଟି ବିଷୟରେ ଆନୁଷ୍ଠାନିକ ଭାବେ କିଛି ଖବର ସାମ୍ନାକୁ ଆସିନାହିଁ । ତେବେ ରିପୋର୍ଟ ମୁତାବକ, ଫିଲ୍ମଟି ୨୦୨୪ରେ ରିଲିଜ୍‌ ହୋଇପାରେ । ଏହି ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନ ସାଉଥ୍‌ର ପପୁଲାର  ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଜଣେ । ଯଦି ସଲମାନଙ୍କ ସହ ସେ ଏହି ଫିଲ୍ମ କରୁଛନ୍ତି ତାହେଲେ ଏହା ତାଙ୍କର ବଲିଉଡରେ ଦ୍ୱିତୀୟ ହିନ୍ଦୀ ଫିଲ୍ମ ହେବ । ପୂର୍ବରୁ ବିଷ୍ଣୁ ବର୍ଦ୍ଧନ ୨୦୨୧ ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଶେର୍‌ ଶାହା’ର ନିର୍ଦ୍ଦେଶନା ଦେଇଥିଲେ ।

ବଲିଉଡର ଭାଇଜାନ ତାଙ୍କ ଫିଲ୍ମ ଓ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ସୋସିଆଲ ମିଡିଆରେ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ସଲମାନଙ୍କୁ ‘ବିଗ୍‌ ବସ୍‌ ଓଟିଟି ୨’ରେ ହୋଷ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ଏହା ବ୍ୟତୀତ ତାଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ସଲମାନ ଖାନ୍‌ଙ୍କୁ ଆକ୍ସନ୍‌ ହିରୋ ଭାବେ ଦେଖିବାକୁ ପାଇଁ ମିଳିବ । ଫିଲ୍ମଟି ନଭେମ୍ବର ୧୦ରେ ରିଲିଜ ହେବ । ତେବେ ଭାଇଜାନଙ୍କ ଏହି ଫିଲ୍ମକୁ ଫ୍ୟାନ୍ସ ଦେଖିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.