Below header

ବ୍ରିଟେନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ପଢ଼ିବେ ଗଣିତ ପାଠ! ରିଷି ସୁନକ ବହୁତ ଜଲ୍‌ଦି କରିପାରନ୍ତି ଘୋଷଣା

ବ୍ରିଟେନର ସମସ୍ତ ଛାତ୍ର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଗଣିତ ଅଧ୍ୟୟନ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ବର୍ତ୍ତମାନ ଏହି ଯୋଜନା ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦୨୩ର ପ୍ରଥମ ଭାଷଣ ପୂର୍ବରୁ ସାମ୍ବାଦିକମାନଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ, ଭାରତୀୟ ମୂଳ ପ୍ରଧାନମନ୍ତ୍ରୀ ରିଷି ସୁନକ ବ୍ରିଟେନ ଲୋକମାନଙ୍କ ମଧ୍ୟରେ ଉତ୍ତମ ଗଣିତ ଶିକ୍ଷାକୁ ନେଇ ଏକ ଯୋଜନାର ଘୋଷଣା କରି ପାରନ୍ତି। ସୁନକ କହିଛନ୍ତି, ବିଶ୍ୱରେ ଯେଉଁଠି ଡାଟା ପ୍ରତ୍ୟେକ ଜାଗାରେ ରହିଛି ଏବଂ ସଂଖ୍ୟା ପ୍ରତ୍ୟେକ କାମକୁ ରେଖାଙ୍କିତ କରିଥାଏ, ସେଠି ଆମ ପିଲାମାନଙ୍କ ଚାକିରି ପାଇଁ ପୂର୍ବାପେକ୍ଷା ଢେର୍‌ ଅଧିକ ବିଶ୍ଳେଷଣାତ୍ମକ କୌଶଳର ଆକଶ୍ୟକ ପଡ଼ିବ।

ରିଷି ସୁନକଙ୍କ କହିବା ହେଲା, ବ୍ରିଟେନରେ ୧୬ରୁ ୧୯ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ମାତ୍ର ଅଧା ହିଁ ଗଣିତ ପଢ଼ୁଛନ୍ତି। ଏଥିରେ ବିଜ୍ଞାନ ପଢ଼ୁଥିବା ଛାତ୍ର ଏବଂ କଲେଜରେ ବାଧ୍ୟତାମୂଳକ ଜିସିଏସ୍‌ଇ ଅଧ୍ୟୟନ କରୁଥିବା ଛାତ୍ର ସାମିଲ ଅଛନ୍ତି। ତେବେ ଏହା ସ୍ପଷ୍ଟ ନାହିଁ ଯେ ବିକେଟ୍‌ ସହ ହ୍ୟୁମାନିଟି ଏବଂ କଳା ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନାରୁ କି ଲାଭ ମିଳିବ।

ୟୁକେରେ ଗଣିତ ଶିକ୍ଷକମାନଙ୍କର ପୁରୁଣା ଦୁର୍ବଳତା

ଡାଉନିଂ ଷ୍ଟ୍ରିଟ୍‌ର ପ୍ରବକ୍ତା କହିଛନ୍ତି, ସରକାର ବର୍ତ୍ତମାନର ଯୋଗ୍ୟତା ସହିତ ଅଧିକ ନୂଆ ବିକଳ୍ପ ଉପରେ ଦୃଷ୍ଟି ଦେଉଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ସମ୍ଭବ ହେବ ନାହିଁ। ଯଦିଓ ଆଶା କରାଯାଉଛି କି, ପ୍ରଧାନମନ୍ତ୍ରୀ ସଂସଦରେ ଯୋଜନା ଉପରେ କାମ ଆରମ୍ଭ କରିଦେବେ। ଏଥି ସହିତ ଆସୋସିଏସନ ଅଫ୍‌ ସ୍କୁଲ ଆଣ୍ଡ କଲେଜ ଲିଡର୍ସଙ୍କ କହିବା ହେଲା, ବ୍ରିଟେନରେ ଗଣିତ ଶିକ୍ଷକମାନଙ୍କର ପୁରୁଣା ଜାତୀୟ ଦୁର୍ବଳତା।

ପର୍ଯ୍ୟାପ୍ତ ସଂଖ୍ୟାରେ ଭଲ ଗଣିତ ଶିକ୍ଷକ ଆବଶ୍ୟକ

ଲେବର ଆଣ୍ଡ ଏଜୁକେସନ ମନ୍ତ୍ରାଳୟର ଛାୟା କ୍ୟାବିନେଟ ମନ୍ତ୍ରୀ ତଥା ବିରୋଧୀ ନେତା ବ୍ରିଜେଟ ଫିଲିପସନ ସୁନକଙ୍କୁ ଗଣିତରେ ଅଧିକରୁ ଅଧିକ ଭାଗିଦାରୀକୁ ବିତ୍ତ ପୋଷିତ କରିବା ପାଇଁ କହିଛନ୍ତି। ତାଙ୍କ କହିବା ହେଲା, ପର୍ଯ୍ୟାପ୍ତ ସଂଖ୍ୟାରେ ଭଲ ଗଣିତ ଶିକ୍ଷକଙ୍କ ବିନା ଏହି ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ସେପଟେ ଲିବରାଲ୍ ଡେମୋକ୍ରେଟ୍‌ର ଶିକ୍ଷା ପ୍ରବକ୍ତା ମୁନିରା ୱିଲସନ କହିଛନ୍ତି, ଯେତେବେଳେ ଗଣିତ କଥା ଆସେ, ତ ଅନେକ ପିଲା ପଛରେ ରହି ଯାଆନ୍ତି ଏବଂ ଏହା ୧୬ ବର୍ଷ ବୟସ ପୂର୍ବରୁ ହିଁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.